Below header

ମାଲେସିଆର ପୂର୍ବ ମନ୍ତ୍ରୀଙ୍କ ପୁଅ ବିବାହରେ ଯୋଗ ଦେଲେ ୧୦,୦୦୦ ଅତିଥି, କାର୍‌ରୁ ନ ଓହ୍ଲାଇ ଏମିତି ଜଣାଇଲେ ଶୁଭକାମନା; ଦେଖନ୍ତୁ ଫଟୋ

କରୋନା ଭାଇରସ୍‌ ମହାମାରୀ ଯୋଗୁ କିଛି ଲୋକ ନିଜ ବିବାହ ସ୍ଥଗିତ କରିଥିବା ବେଳେ ଆଉ କିଛି କମ୍‌ ଅତିଥିଙ୍କୁ ନେଇ ବିବାହ କରୁଛନ୍ତି। କିନ୍ତୁ ମାଲେସିଆରେ ଏକ ଦମ୍ପତି ନିଜ ବିବାହରେ କୋଭିଡ୍‌ ନିୟମ ପାଳନ କରି ୧୦ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି। ରିପୋର୍ଟ ଅନୁସାରେ, ବର ତେଙ୍ଗକୁ ମହମ୍ମଦ ହାଫିଜ୍‌ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ପୁଅ ଓ କନ୍ୟା ଓଶିନ୍‌ ଅଲାଗିୟା ମଧ୍ୟ ଜଣେ ଧନୀ ବ୍ୟକ୍ତିଙ୍କ କନ୍ୟା। ଉଭୟରେ ନିଜ ବିବାହରେ ୧୦ ହଜାର ଅତିଥିଙ୍କୁ ନିମନ୍ତ୍ରିତ କରିଥିଲେ। କିନ୍ତୁ ଯେଭଳି କୋଭିଡ୍‌ ନିୟମ ନ ଭାଙ୍ଗିବ ତାହାକୁ ଦୃଷ୍ଟିରେ ରଖି ସେମାନେ ଏକ ନିଆରା ପ୍ଲାନିଂ କରିଥିଲେ। ସେମାନେ ଏଥିପାଇଁ ଏକ ଡ୍ରାଇଭ୍‌ ଥ୍ରୁ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ।

marriage

କୋଆଲାଲମ୍‌ପୁରର ରାଜଧାନୀର ଦକ୍ଷିଣରେ ପୁଟରାୟାରେ ଏହି ଡ୍ରାଇଭ୍‌-ଥ୍ରୁ ବିବାହ ଆୟୋଜିତ ହୋଇଥିଲା। ରବିବାର ସକାଳେ ନବବିବାହିତା ଏକ ସରକାରୀ କୋଠା ବାହାରେ ବସିଥିଲେ। ଏହା ପରେ ଅତିଥିମାନେ ନିଜ କାର୍‌ରେ ବସି ସେମାନଙ୍କ ସାମ୍ନାରେ ଧୀରେ ଧୀରେ ଯାଇଥିଲେ। ଏହି ସମୟରେ ସେମାନେ ନିଜ କାର୍‌ରୁ ନ ଓହ୍ଲାଇ ଝରକା ଖୋଲି ନବବିବାହିତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ଫଳରେ ସେମାନେ ବିବାହରେ ବି ଯୋଗ ଦେଲେ ଓ କରୋନା ନିୟମ ବି ଭାଙ୍ଗିନଥିଲା।

Alhamdulillah acara akad nikah anakanda saya Tengku Muhammed Hafiz dan Oceane Alagia telah berjalan lancar pagi tadi….

Posted by Tengku Adnan Tengku Mansor on Saturday, 19 December 2020

marriage2

ଏହା ପରେ ସମସ୍ତ ଅତିଥିଙ୍କୁ ସୁସ୍ୱାଦୁ ଭୋଜନ ପରସା ଯାଇଥିଲା। କିନ୍ତୁ କରୋନା ଯୋଗୁ ଲୋକମାନେ ଏକାଠି ଭୋଜନ କରିପାରିନଥିଲେ। ଅତିଥିଙ୍କୁ ଖାଦ୍ୟ ପ୍ୟାକେଟ୍‌ ତାଙ୍କ କାରରେ ହିଁ ଦିଆଯାଇଥିଲା। ଯାହା ସେମାନେ ବାହାରେ ଖାଇଥିଲେ। ତେବେ କରୋନା ସ୍ଥିତିରେ ଏତେ ସଂଖ୍ୟକ ଅତିଥଙ୍କୁ ନେଇ ହେଇଥିବା ଏହା ପ୍ରଥମ ବିବାହ। ତେବେ ଏହି ବିବାହରେ ସମସ୍ତେ ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କ ପିନ୍ଧିଥିଲେ। ଏଣୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି କାରଣରୁ ଏହି ବିବାହ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ପ୍ରକାଶ ଯେ, ମାଲେସିଆରେ କରୋନା ଭାଇରସ୍‌ ସଂକ୍ରମଣର ନୂଆ ଲହରୀ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.