Below header

ରାଜ୍ୟ ବାହାରକୁ ଚୋରା ଚାଲାଣବେଳେ କଟକ ବିରିବାଟୀରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

କଟକ : କଟକ ବିରିବାଟୀରୁ ବଜ୍ରକାପ୍ତା ଉଦ୍ଧାର । କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଟିମ୍‌ । ଘଟଣାରେ ଗୁମୁତିପୁରର ସନ୍ତୋଷ କୁମାର ଦଳାଇଙ୍କୁ ଗିରଫ କରିଛି ଏସଟିଏଫ ।

ତାଙ୍କ ନିକଟରୁ ଜୀବନ୍ତ ବଜ୍ରକାପ୍ତା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି । ତେବେ ବିରିବାଟୀ କେନାଲ ରୋଡ ରାସ୍ତାରେ ଏକ ଲକ୍ଷ ଟଙ୍କାରେ ବିକ୍ରୀ ପାଇଁ ଡିଲ କରୁଥିବା ବେଳେ ଏସଟିଏଫ ଗିରଫ କରିଛି । ଉଦ୍ଧାର ବଜ୍ରକାପ୍ତାକୁ ନନ୍ଦନକାନନ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସଏଟିଏଫ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.