ଘରକୁ କିଣି ଆଣୁଥିବା ଗୁଡ ଅସଲି ନା ନକଲି ? ଘରୋଇ ଉପାୟରେ ସହଜରେ ଜାଣନ୍ତୁ

ଶୀତ ଦିନରେ ବଜାରରେ ମିଳୁଥିବା ଗୁଡ ସମସ୍ତଙ୍କର ବେଶ ପସନ୍ଦ ହୋଇଥାଏ। ଅନେକ ଲୋକ ଶୀତ ଦିନରେ ଚିନି ବଦଳରେ ଗୁଡର ବ୍ଯବହାର କରିବାକୁ ଭଲ ପାଆନ୍ତି। ଗୁଡ ମଧ୍ୟ ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଆଜିକାଲିର ବଜାରରେ ଲାଭ ପାଇବା ପାଇଁ ନକଲି ଗୁଡ ବିକ୍ରି ହେଉଛି। ନକଲି ଗୁଡ ଆପଣଙ୍କ ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ହୋଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରକୁ ବହୁତ କ୍ଷତି ପହଞ୍ଚିଥାଏ। ତେବେ କେମିତି ଜାଣିବେ ଗୁଡ ନକଲି କି ଅସଲି ଆସନ୍ତୁ ଜାଣିବା…।

ଗୁଡ ଏକ ସୁପରଫୁଡ, ଯାହା ଆପଣଙ୍କ ଶରୀରକୁ ଡିଟକ୍ସିଫାଏ କରିଥାଏ। ଏଥିରେ କ୍ଯାଲିସିୟମ, ଫସଫରସ, ଆଇରନ, ପୋଟାସିୟମ, ଜିଙ୍କ, ପ୍ରୋଟିନ ଏବଂ ଭିଟାମିନ ବି ଭଳି ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ। ଶୀତ ଦିନରେ ଥଣ୍ଡାରୁ ବଞ୍ଚିବା ପାଇଁ ଗୁଡକୁ ଅଧିକ ମାତ୍ରାରେ ବ୍ଯବହାର କରାଯାଏ। ଆଜିକାଲି ଗୁଡରେ କ୍ଯାଲସିୟମ କାର୍ବୋନେଟ ଏବଂ ସୋଡିୟମ ବାଇକାର୍ବୋନେଟ୍ ମିଶା ଯାଉଛି। ଯାହା ଶରୀର ପାଇଁ ହାନିକାରକ। କ୍ଯାଲିସିୟମ କାର୍ବୋନେଟ୍ ଗୁଡରେ ଏଥିପାଇଁ ବ୍ଯବହାର କରାଯାଏ, ଯାହା ପାଇଁ ଗୁଡର ଓଜନ ବଢାଯାଇପାରିବ। ସେହିପରି ସୋଡିୟମ ବାଇକାର୍ବୋନେଟ ଗୁଡର ରଙ୍ଗ ପାଇଁ ମିଶାଯାଏ।

jaggery

ସବୁବେଳେ ଗାଢ ରଙ୍ଗର ଗୁଡ ବଜାରରୁ କିଣନ୍ତୁ। କାରଣ ହାଲକା ରଙ୍ଗ ଏବଂ ହଳଦିଆ ରଙ୍ଗର ଗୁଡ ନକଲି ହୋଇଥାଏ। ଆଖୁ ରସରୁ କିଛି ଅଶୁଦ୍ଧତା ଏବଂ ଏହାକୁ ରାନ୍ଧିବା ଯୋଗୁଁ ରାସାୟନିକ ପ୍ରକ୍ରିୟା କାରଣରୁ ଏହାର ରଙ୍ଗ ଲାଲ କିମ୍ବା ବ୍ରାଉନ ହୋଇଥାଏ। ଏହାପରେ ଏଥିରେ କିଛି ପ୍ରାକୃତିକ ଜିନିଷ ବ୍ଯବହାର କରି ଏହାର ଅଶୁଦ୍ଧତା ବାହାର କରାଯାଏ।

ବଜାରରେ ମିଳୁଥିବା ନକଲି ଗୁଡର ରଙ୍ଗ ଧଳା, ହାଲକା ହଳଦିଆ ଏବଂ କିଛି ଲାଲ୍ ରଙ୍ଗର ହୋଇଥାଏ। ଯାହାକୁ ଆପଣ ପାଣିରେ ପକାଇବା ଦ୍ବାରା ପକାଇଥିବା ଜାଗାରେ ତଳେ ବସିଯାଏ। କିନ୍ତୁ ଶୁଦ୍ଧ ବା ଅସଲି ଗୁଡ ପାଣିରେ ଭଲଭାବେ ମିଳେଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.