କ୍ୟାଲେଣ୍ଡରରେ ଯୋଡି ହୋଇଛି ନୂଆ ମସିହା ୨୦୨୩, ଅଗଣିତ ପାଠକଙ୍କୁ କେନ୍ୟୁଜ୍ ତରଫରୁ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ):   କ୍ୟାଲେଣ୍ଡରରେ ଯୋଡି ହୋଇଛି ଆଉ ଏକ ନୂଆ ମସିହା ୨୦୨୩ । ସାଙ୍ଗରେ ନୂଆ ଆଶା ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ । ବିଦାୟୀ ବର୍ଷର ଘାତ ପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମରେ ପାଳନ କରାଯାଉଛି । ଦେଶସାରା ସବୁଠି ଉତ୍ସବ ଓ ଉଲ୍ଲାସର ମାହୋଲ । ଦୁଇ ବର୍ଷ କରୋନା ପାଇଁ ଫିକା ପଡ଼ିଥିବା ବେଳେ ଏଥର ସେଲିବ୍ରେସନ ଜୋରଦାର ହୋଇଛି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ଜିରୋ ନାଇଟ ପାଇଁ ରଙ୍ଗୀନ ହୋଇଛି ଦେଶର ବିଭିନ୍ନ ସହର । ନୂଆ ଲକ୍ଷ୍ୟ ନୂଆ ସ୍ୱପ୍ନ ନେଇ ନୂଆବର୍ଷକୁ ପାଳନ କରୁଛନ୍ତି ସଭିଏଁ ।

ସମସ୍ତ ପାଠକଙ୍କୁ ନବବର୍ଷର ଶୁଭେଚ୍ଛା । ସମସ୍ତଙ୍କ ଜୀବନ ସୁଖମୟ ହେଉ । ଇଂରାଜୀ ନବବର୍ଷ ସମସ୍ତଙ୍କୁ ଖୁସି ଓ ଆନନ୍ଦ ଆଣୁ । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏହା ହିଁ କାମନା । ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.