ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, ମଙ୍ଗଳବାର ନେବେ ଶପଥ

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ସକାଳେ ପୁରୀରେ ପହଞ୍ଚିବେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ସକାଳେ ପୁରୀରେ ପହଞ୍ଚିବେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଆଶିଷ ଲାଭ ପରେ ଆସିବେ ଭୁବନେଶ୍ୱର । ୩୧ ତାରିଖରେ ରାଜଭବନର ଅଭିଷେକ ହଲରେ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବରେ ଶପଥ ନେବେ ରଘୁବର ଦାସ ।

ତାପୂର୍ବରୁ ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।  ମହାପ୍ରଭୁଙ୍କ ଆଶିଷ ଲାଭ ପରେ ଭୁବନେଶ୍ୱର ରାଜଭବନ ଅଭିମୁଖେ ଯାତ୍ରା କରିବେ ରଘୁବର ଦାସ। ମଙ୍ଗଳବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜଭବନ ଅଭିଷେକ ହଲରେ ଶପଥ ଗ୍ରହଣ ଉତ୍ସବ ହେବ। ମଙ୍ଗଳବାର ଦିନ ୧୧ ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବେ । ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.