Below header

୩ ଟି ଟ୍ରେନ ମଧ୍ୟରେ ଧକ୍କା, ଲାଇନଚ୍ୟୁତ ହେଲା ବଗି, ୩ ମୃତ

୩ଟି ଟ୍ରେନ ମଧ୍ୟରେ ହୋଇଛି ଧକ୍କା । ଆନ୍ଧ୍ରପ୍ରଦେଶର କଣ୍ଟକାପାଳି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଘଟିଛି ଦୁର୍ଘଟଣା ।

୩ଟି ଟ୍ରେନ ମଧ୍ୟରେ ହୋଇଛି ଧକ୍କା । ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର କଣ୍ଟକାପାଳି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଘଟିଛି ଦୁର୍ଘଟଣା । ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ । ଫଳରେ ପଲାସାର ଏକ ବଗି ମେନ ଲାଇନରେ ପଡିଥିଲା । ଏହି ସମୟରେ ମେନ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ପଲାସା ବଗିକୁ ପିଟିଥିଲା । ଫଳରେ କିଛି ବଗି ରେଳ ଲାଇନରୁ ବାହାରି ଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ୩  ଜଣଙ୍କର ମୃତ୍ୟୁ ହୋଇଥିବା ଜଣ ଯାଇଛି  । ଦୁର୍ଘଟଣାସ୍ଥଳକୁ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଟିମ ପଠାଇଛି ରେଳ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.