Below header

ରାଜ୍ୟରେ କଠୋର ହେଲା କୋରୋନା କଟକଣା, ସବୁ ଜିଲ୍ଲାର ସହରାଞ୍ଚଳରେ ନାଇଟ କର୍ଫ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କଠୋର ହେଲା କୋରୋନା କଟକଣା । ସବୁ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ହେବ।  ଆସନ୍ତା କାଲିଠାରୁ ଛତିଶଗଡ଼ ନିକଟବର୍ତ୍ତି ଓଡିଶାର ୧୦ ଜିଲ୍ଲାର ସହରାଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ନାଇଟ କର୍ଫ୍ୟୁ ହେବ। ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ଛତିଶଗଡ଼ ସୀମାନ୍ତ ସେହି ୧୦ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ଏହି ସବୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଥିଲା। କିନ୍ତୁ ସମୟ ଥିଲା ରାତି ୧୦ରୁ ସକାଳ ୫ ଥିଲା। କିନ୍ତୁ କାଲିଠାରୁ ସେହି ୧୦ ଜିଲ୍ଲାର ସହରାଞ୍ଚଳରେ ସଂଧ୍ୟା ୬ରୁ ସକାଳ ୫ ଯାଏ କର୍ଫ୍ୟୁ ରହିବ।

ବାକି ୨୦  ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଟା ପର୍ଯ୍ୟନ୍ତ  ନାଇଟ କର୍ଫ୍ୟୁ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ଭୟଙ୍କର ସ୍ଥିତିକୁ ଦେଖି ଏହା ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.