୫ମିନିଟରେ ପ୍ରସ୍ତୁତ କରନ୍ତୁ ଏହି ପୌଷ୍ଟିକ ଗଜାଦାନାରୁ ସ୍ୱାଦିଷ୍ଟ ରେସିପି

ଖାଦ୍ୟ ଏମିତି ହେବା ଦରକାର ଯାହା ଆମ ଶରୀର ପାଇଁ ଉପଯୁକ୍ତ। ସ୍ୱାସ୍ଥ୍ୟ ଉପଯୋଗୀ ସହ ଖାଦ୍ୟ ପୌଷ୍ଟିକ ମଧ୍ୟ ହେବା ଆବଶ୍ୟକ। ଯାହା ଆମ ଶରୀରକୁୁ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ। କିନ୍ତୁ ପ୍ରତିିଦିନ କ’ଣ ଖାଇବା , ସେସବୁ ପାଇଁ ସକାଳୁ ଚିନ୍ତା ଘାରେ। ଏହାସହ ଏବେ ଚୈତ୍ର ନବରାତ୍ର ଆରମ୍ଭ ହୋଇଛି । ଯଦ୍ୱାରା କିଛି ଲୋକ ପିଆଜ, ରସୁଣ ଖାଇବା ବାରଣ କରିଛନ୍ତି। ଏଥିପାଇଁ ଆମେ ଆପଣଙ୍କ ପାଇଁ ପୌଷ୍ଟିକ ଓ ବିନା ପିଆଜ, ରସୁଣରେ ପ୍ରସ୍ତୁତ ରେସିପି ନେଇ ଆସିଛୁ। ଯାହାକୁ ପ୍ରସ୍ତୁତ କରିବା ଖୁବ ସହଜ। ଗଜାଦାନାରୁ ଅର୍ଥାତ ଅଙ୍କୁରିତ ଅନାଜରୁ ଆପଣ ଏହାକୁ ପ୍ରସ୍ତୁତ କରିପାରିବେ। ତେବେ ଜାଣି ନିଅନ୍ତୁ ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ।

ଆବଶ୍ୟକୀୟ ସାମଗ୍ରୀ:

-୧୧/୨ ଗଜା ଦାନା (ମୁଗ, ଚଣା, ବାଦାମ, ସୋୟାବିନ)
-୧/୪ କପ୍‌ କଟା ଧନିଆ
-୧/୨ ଚାମଚ ଲଙ୍କା ପେଷ୍ଟ
-୧/୪ ଚାମଚ ଜୀରା
-୧/୪ ଚାମଚ ହେଙ୍ଗୁ
– ଲୁଣ ସ୍ୱାଦ ଅନୁସାରେ
– ତେଲ

ପ୍ରସ୍ତୁତି:

ଗଜା ଦାନାକୁ ପ୍ରଥମେ ପାଣିରେ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ଏହି ମିଶ୍ରଣରେ ଅନ୍ୟ ସବୁ ସାମଗ୍ରୀକୁ ମିଶାଇ ଗୋଳାଇ ଦିଅନ୍ତୁ। ନନ୍‌ ଷ୍ଟିକ ତାଓ୍ଵାରେ ଏହାକୁ ବିନା ତେଲରେ ଆପଣ କରିପାରିବେ । ପ୍ଲେନ ତାଓ୍ଵାରେ କଲେ ପ୍ରଥମେ ତେଲ ପରେ ଏହି ମିଶ୍ରଣକୁ ପକାଇ ଘୋଡାଇ ଦିଅନ୍ତୁ। ଏହାକୁ ବଲ୍‌ ଆକାର ଦେଇ ମଧ୍ୟ ତିଆରି କରିପାରିବେ। ଏବେ ଆପଣଙ୍କର ୫ମିନିଟରେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗଜା ଅପମ। ଏହାକୁ ଆପଣ ପୋଦିନା ଚଟଣୀ ସହ ଖାଇପାରିବେ । ଏଭଳି ନୂଆ ପୌଷ୍ଟିକ ରେସିପି ଘରେ ପ୍ରସ୍ତୁତ କରନ୍ତୁ। ପରିବାର ସହ ଏହାର ମଜା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.