କାଲିଠାରୁ କଡ଼ାକଡ଼ି ପାଳନ ହେବ କୋଭିଡ଼ ନିୟମ, କଣ ରହିଛି କଟକଣା ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ କଠୋର ହେଲା କୋରୋନା କଟକଣା । ଆସନ୍ତା କାଲିଠାରୁ ଛତିଶଗଡ଼ ନିକଟବର୍ତ୍ତି ଓଡିଶାର ୧୦ ଜିଲ୍ଲାର ସହରାଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ନାଇଟ କର୍ଫ୍ୟୁ ହେବ। ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ନଜର ପକାନ୍ତୁ କଣ ରହିଛି କଟକଣା:-
- ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି
- ସରକାରୀ ଅଫିସ୍ରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି
- ଶୁଦ୍ଧିକ୍ରିୟାରେ ୨୦ ଜଣ ରହି ପାରିବେ
- କୌଣସି ଶୋଭାଯାତ୍ରାକୁ ଅନୁମତି ନାହିଁ
- କୌଣସି ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଭାକୁ ଅନୁମତି ମିଳିବ ନାହିଁ
- ରାଜନୈତିକ ରାଲିକୁ ଅନୁମତି ନାହିଁ
- ମନ୍ଦିରଗୁଡିକରେ ସର୍ବନିମ୍ନ ରୀତିନୀତିରେ ପୂଜାର୍ଚ୍ଚନ ହେବ
- ଜନସଧାରଣଙ୍କ ପ୍ରବେଶ ସୀମିତ କରାଯିବ
- ଆସନ୍ତା ୧୯ ତାରିଖରୁ ରାଜ୍ୟ ବାହାରକୁ ବସ୍ ଚଳାଚଳ ବନ୍ଦ
- ରାଜ୍ୟ ଭିତରେ ବସ ଚାଲିବ, କେବଳ ସିଟିଂରେ ଯାଇପାରିବେ
- ଅଟୋ ଓ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇପାରିବେ
ନାଇଟ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ଗ୍ୟାସ ବାଲା, ମେଡିକାଲ କର୍ମଚାରୀ, ମିଡ଼ିଆ, ପେଟ୍ରୋଲ ପମ୍ପ, ଇ-କମର୍ସ, ସଫେଇ କର୍ମଚାରୀ ପ୍ରମୁଖ ନିଜ ଆଇଡି-କାର୍ଡ ଦେଖାଇ ଯାଆସ କରିପାରିବେ। ସେହିପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଯାଆସ ପାଇଁ ମଧ୍ୟ ଅନୁମତି ମିଳିଛି ।