Below header

ଶ୍ମଶାନରେ କରୋନାର କରୁଣ ଦୃଶ୍ୟ : ଗୁଜୁରାଟରେ ଆଗୁଆ ଖୋଳାଯାଉଛି କବର, ଦେଖିଲେ ଉଡ଼ିଯିବ ହୋସ

କରୋନା ସଂକ୍ରମଣ ଏବେ କିଛି ରାଜ୍ୟରେ ସାଂଘାତିକ ସୃଷ୍ଟିରେ ପହଞ୍ଚିଛି । ଗୁଜୁରାଟରେ ଏହି ସ୍ଥିତି ଏପରି ଅବସ୍ଥାରେ ପହଞ୍ଚିଛି ଯେ ଶ୍ମଶାନରେ ଶବ ସଂସ୍କାର କରିବାକୁ ଅପେକ୍ଷା କରିବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ଶ୍ମଶାନରେ ଆଗୁଆ କବର ଖୋଳାଯାଇ ରଖାଯାଉଥିବା ଦେଖିବାକୁ ମିଳୁଛି । ଏହି ଦୃଶ୍ୟ ଦେଖିଲେ ଯେ କେହି ଚିନ୍ତାରେ ପଡ଼ିଯିବେ ।

cremation
photo credit: punjabkesari.in

ଜଣେ ଅଧିକାରୀଙ୍କ କହିବାନୁଯାୟୀ ହିନ୍ଦୁ ଧର୍ମରେ ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର ହୋଇନଥାଏ । ହେଲେ ଏବେ ବହୁ ସଂଖ୍ୟାରେ ଶବକୁ ଦେଖି ରାତିରେ ବି ଅନ୍ତିମ ସଂସ୍କାର କରାଯାଉଥିବାର ଦେଖିବାକୁ ମିଳୁଛି । ସୁରତ ସହରରେ ଗୋଟିଏ ରାତିରେ ୨୫ ଶବ ସଂସ୍କାର କରାଯାଉଥିବା ଦୃଶ୍ୟ ବହୁତ ଭୟାନକ ଥିଲା ।

ଗୁଜୁରାଟରେ କରୋନା ସ୍ଥିତି ଏବେ ସାଂଘାତିକ ଅବସ୍ଥାରେ ପହଞ୍ଚିଛି । ସେଠାରେ ଥିବା ପ୍ରତି ଶ୍ମଶାନରେ ଏବେ ଆଗରୁ କବର ପାଇଁ ଗାତ ଖୋଳା ଯାଉଥିବାର ଦେଖାଯାଉଛି । ଯାହାକୁ ଦେଖିଲେ କରୋନାର ଭୟାନକ ସ୍ଥିତି ଜଣାପଡ଼ୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.