Below header

ଭଦ୍ରକ: କୁନି ଭାଇ ପାଇଁ ଜୀବନ ଦେଲା ୧୦ ବର୍ଷୀୟା ଭଉଣୀ, ନଦୀରେ ବୁଡ଼ି ଏକା ସଙ୍ଗେ ଚାଲିଗଲା ଜୀବନ

ଭଦ୍ରକ(କେନ୍ୟୁଜ୍):  ନଦୀରେ ବୁଡି ଭାଇ ଭଉଣୀଙ୍କ ସଲିଳ ସମାଧି  । ଭାଇକୁ ବଞ୍ଚାଇବାକୁ  ଯାଇ ଚାଲିଗଲା ଭଉଣୀର ଜୀବନ । ଉଭୟ ଭାଇ ଭଉଣୀ ସାଥି ହୋଇ ଚାଲିଗଲେ ଆରପାରିକୁ। ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡ଼ା ପଞ୍ଚାୟତର ଗୌରଙ୍ଗପୁର ଗାଁରେ । ସୂଚନାଯୋଗ୍ୟ ଯେ ଗାଁର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିରର ପୂଜକ ମନ୍ମଥ ଦାସଙ୍କ ପୁଅ ଓ ଝିଅଙ୍କର ଶୌଚ ପାଇଁ ଯାଇଥିବା ବେଳେ ପ୍ରଥମେ ୫ ବର୍ଷୀୟ ଜ୍ଞାନ ରଞ୍ଜନ ନିର୍ମାଣଧୀନ ପୋଲ ନିକଟ ଗଣ୍ଡରେ ପଡିଯାଇଥିଲେ ।

ପାଣି ରୁ ଉଠି ନ ପାରିବାରୁ ୧୦ ବର୍ଷୀୟା ବଡ ଭଉଣୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଇ ଜଣ ପାଣିରୁ ଉଠି ପାରି ନଥିଲେ । ପରେ ସ୍ଥାନୀୟ ଯୁବକ ଦୁଇ ଜଣଙ୍କୁ ଦେଖି ଉଦ୍ଧାର କରିଥିଲେ ମଧ୍ୟ ସେତେବେଳେକୁ ଦୁଇ ଜଣଙ୍କର ଦେହରେ ପ୍ରାଣ ନଥିଲା।  ଦେହାନ୍ତ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.