ବାଲେଶ୍ୱର : ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଗଣିତ ପଢାଇଲେ ନୀଳଗିରି ବିଧାୟକ

ବାଲେଶ୍ୱର : ବିଧାୟକ ପଢାଇଲେ ପାଠ । ଚକ ଖଡି ଓ ଡଷ୍ଟର ଧରି ଶ୍ରେଣୀ କଳାପଟାରେ ଗଣିତ ପଢାଇଥିଲେ ବିଧାୟକ । ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ନେଇ ଆଜି ସବୁଠି ପ୍ରଶଂସା । ସଜନାଗଡ ପଞ୍ଚାୟତ ତେଣ୍ଡା କନ୍ୟାଶ୍ରମକୁ ବିଧାୟକ ସୁକାନ୍ତ ନାୟକ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ବିଧାୟକ ଗଣିତ ପଢାଇଛନ୍ତି । ଏହାସହ ଛାତ୍ରୀଙ୍କୁ ପଢାରେ ଧ୍ୟାନ ଦେଇ ଉଜ୍ୱଳ ଭବିଷ୍ୟତ ଗଢିବାକୁ ଉପଦେଶ ଦେଇଛନ୍ତି । ବିଧାୟକଙ୍କ ଏଭଳି କାମକୁ ଅଭିଭାବକ ଓ ସାଧାରଣ ମହଲରେ ପ୍ରଶଂସା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.