ବଦଲା ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ଼

ବଦଲା ନେଲା ଇସ୍ରାଏଲ । ଇରାନ ଉପରେ ମିଶାଇଲ ମାଡ଼ । ଇରାନ ଇଶାଫାହାନ ସହରରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇଶାଫାହାନ ସହରର ଏୟାର ପୋର୍ଟ ନିକଟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।

ବଦଲା ନେଲା ଇସ୍ରାଏଲ । ଇରାନ ଉପରେ ମିଶାଇଲ ମାଡ଼ । ଇରାନ ଇଶାଫାହାନ ସହରରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇଶାଫାହାନ ସହରର ଏୟାର ପୋର୍ଟ ନିକଟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ ଇସ୍ରାଏଲର ମିସାଇଲ ମାଡ଼ ବଡ଼ ବିପଦ ସୃଷ୍ଟି କରିବ । ଇରାନ ଉପରେ ଇସ୍ରାଏଲ କାହିଁକି ମିଶାଇଲ ମାଡ଼ କଲା ତୁରନ୍ତ ଏହାର କାରଣ ଜଣା ପଡ଼ିନି । କିନ୍ତୁ ଏହା ଇରାନ ଏୟାର ଷ୍ଟ୍ରାଇକର ପ୍ରତିଶୋଧ। ଗତ ୧୩ ତାରିଖରେ ଇସ୍ରାଏଲ ଉପରେ ୩୦୦ ଡ୍ରୋନ ଓ ମିଶାଇଲ ଆକ୍ରମଣ କରିଥିଲା ଇରାନ ।

ସିରିଆ ରାଜଧାନୀ ଦାମାସକସରେ ଥିବା ଇରାନ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜବାବରେ ମିସାଇଲ ମାଡ଼ କରିଥିଲା ତେହେରାନ । ତେବେ ଅଧିକାଂଶ ମିସାଇଲ ଓ ଡ୍ରୋନ୍ କୁ ଆକାଶରେ ପ୍ରତିହତ କରି ଦେଇଥିଲା ଇରାନର ଆଣ୍ଟି ମିସାଇଲ ସିଷ୍ଟମ ।

ଇସ୍ରାଏଲ ତୁରନ୍ତ ଏହାର ବଦଲା ନେଇ ନଥିଲା । ୭ ଦିନ ପରେ ବଦଲା ନେଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ମଧ୍ୟପ୍ରାଚ୍ୟର ଉତ୍ତେଜନା ଆହୁରି ବଢ଼ିବ। ଇରାନ ଚେତାବନୀ ଦେଇଥିଲା, ଇସ୍ରାଏଲ ପୁଣି ପଦକ୍ଷେପ ନେଲେ ପରିଣାମ ଭୟାବହ ହେବ । ଇରାନ ଓ ଇସ୍ରାଏଲର ଆକ୍ରମଣ- ପ୍ରତିଆକ୍ରମଣ ପରେ ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟ ପ୍ରାଚ୍ୟର ବାକି ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.