‘ଗାନ୍ଧୀ’ ସିନେମା ତିଆରି ପଛରେ ଥିଲା ଯେଉଁ ମାନଙ୍କର ହାତ, ପଢନ୍ତୁ ଏକ ରିପୋର୍ଟ

ରିଚାର୍ଡ ଏଟନଵରୋଙ୍କ ନିର୍ଦ୍ଦେଶିତ ‘ଗାନ୍ଧୀ’ ସିନେମା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚରିତ୍ରକୁ ଯେମିତି ଜୀବନ୍ତ କରିଦେଇଥିଲା । ଲୁଇ ଫିସରଙ୍କ ପୁସ୍ତକ ପଢି ହିଁ ଏଟନଵରୋଙ୍କ ‘ଗାନ୍ଧୀ’ ପରି ଏକ କାଳଜୟୀ ସିନେମା ତିଆରି କରିଥିଲେ । ଏହି ସିନେମାଟି ୧୯୮୨ ମସିହାରେ ହିଁ ରିଲିଜ ହୋଇଥିଲା । ଆମେରେକିୟ ଲେଖକ ଲୁଇ ଫିସର ୧୯୪୬ ମସିହା ଜୁନ ମାସ ୨୫ ତାରିଖରେ ହିଁ ଭାରତ ଆସିଥିଲେ । ସେହି ସମୟରେ ସେ ଗାନ୍ଧୀଙ୍କ ଉପରେ ଏକ ପୁସ୍ତକ ଲେଖୁଥିବାରୁ ଗାନ୍ଧୀଙ୍କୁ ଦେଖା କରିବାକୁ ସେ ବେଶ ଉତ୍ସାହିତ ଥିଲେ । ଦିଲ୍ଲୀ ପହଞ୍ଚିବା ପରେ ଗାନ୍ଧୀଙ୍କୁ ଭେଟିବାକୁ ସେ ଅତି ବ୍ୟସ୍ତ ହୋଇଯାଇଥିଲେ । ପହଞ୍ଚିବା କ୍ଷଣି ନିଜ ଜିନିଷ ପତ୍ର ରଖି ଗାନ୍ଧୀଙ୍କୁ ଦେଖା କରିବା ପାଇଁ ବାଲ୍ମୀକି ଆଶ୍ରମକୁ ସଂଗେ ସଂଗେ ଯାଇଥିଲେ ।

ବାପୁ ଓ ଫିସରଙ୍କ ଦେଖା:

ସେତେବେଳେ ରାସ୍ତାରେ ଏତେ ଭିଡ ରହୁନଥିବାରୁ ମାତ୍ର ୧୫ ମିନିଟ ସମୟରେ ଜନପଥ ରୁ ରିଂ ରୋଡ଼ ପଯ୍ୟନ୍ତ ପହଞ୍ଚି  ଯାଇଥିଲେ । ଫିସର ଯେତେବେଳେ ବାଲ୍ମୀକି ଆଶ୍ରମରେ ପହଞ୍ଚିଲେ,  ସେଠାରେ ପୂର୍ବରୁ ହିଁ ଜବାହର ଲାଲ ନେହେରୁ ଆଉ ମୁଦୁଲା ସରାଭାଇ ଉପସ୍ଥିତ ଥିଲେ । ମାତ୍ର ଅଳ୍ପ ସମୟ ଭିତରେ ବାପୁ ନିଜ ରୁମ ବାହାରକୁ ଆସି ଫିସରଙ୍କ ସହ ଦେଖା କରିଥିଲେ । ସେମାନେ ଦୁହେଁ ଆଗରୁ ଅହମ୍ମଦାବାଦରେ ପରସ୍ପର ସହ ଦେଖା କରିଥିବାରୁ ସେମାନେ ଭଲ ବନ୍ଧୁ ମଧ୍ୟ ଥିଲେ । ଲୁଇ ଫିସର ଏସବୁ ବିଷୟରେ ନିଜର ଏକ ପୁସ୍ତକ ‘ଦ ଲାଇଫ ଅଫ ମହାତ୍ମା’ରେ ବର୍ଣ୍ଣନା କରିଥିଲେ । ସମ୍ପୂର୍ଣ ଉପନ୍ୟାସ ଶୈଳୀ ଲେଖା ହୋଇଥିବା ଏହି ପୁସ୍ତକଟି ୧୯୫୧ ମସିହାରେ ଉନ୍ମୋଚିତ ହୋଇଥିବା ବେଳେ ଏହାର ପ୍ରଥମ ଅଧ୍ୟାୟ ଗାନ୍ଧୀଙ୍କ ହତ୍ୟାରୁ ହିଁ ଆରମ୍ଭ ହୋଇଥିଲା ।

କେବଳ ଏହାର ସୁଟିଂ ଦେଖିବା ପାଇଁ ଉପସ୍ଥିତ ରହୁଥିଲେ ହଜାର ହଜାର ଲୋକ:

ଗାନ୍ଧୀ ସିନେମା ଯେମିତି ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଭରି ଦେଇଥିଲା । ସୁଟିଂ ଦେଖିବା ପାଇଁ କାହିଁ ସମୟ ଧରି ଲୋକ ଅପେକ୍ଷା କରୁଥିଲେ । ଗାନ୍ଧୀ ସିନେମା ଟିର ସୁଟିଂ ୧୯୮୦ ମସିହା ନଭେମ୍ବର ମାସ ୨୬ ତାରିଖରେ ଆରମ୍ଭ ହୋଇଥିଲା । ଏହାର ସୁଟିଂ ଦରିଆଗଞ୍ଜ ଥାନା, ସଂସଦ ଭବନ, ଇଣ୍ଡିଆ ଗେଟ ପରି ସ୍ଥାନ ମାନଙ୍କରେ ହେଉଥିବା ବେଳେ ଏହାକୁ ଦେଖିବାକୁ ସେଠାରେ ପ୍ରାୟ ହଜାର ହଜାର ଦର୍ଶକ ଉପସ୍ଥିତ ରହୁଥିଲେ । ୧୯୮୨ ମସିହା ନଭେମ୍ବର ୨୦ ତାରିଖରେ ଏହି ସିନେମାଟି ରିଲିଜ ହୋଇଥିବା ବେଳେ କେବଳ ବାପୁଙ୍କ ଅନ୍ତିମ ସଂସ୍କାରର ଦୃଶ୍ୟ ପାଇଁ ହିଁ ୩ ଲକ୍ଷ ଲୋକଙ୍କୁ ଏକାଠି କର ଯାଇଥିଲା । ଫିଲ୍ମ ଟିର ନିର୍ଦ୍ଦେଶକ ଖୁସୱନ୍ତ ସିଂ ଓ କୁଲଦୀପ ନାୟର ବିଶିଷ୍ଟ ଲେଖକ ମାନଙ୍କ ସହ କଥା ହୋଇସାରିବା ପରେ ହିଁ ଏହି ଦୃଶ୍ୟଟିର ନିର୍ମାଣ କରିଥିଲେ ।

ଏହା ସହ ପଢନ୍ତୁ: ପାକିସ୍ତାନ ଏବଂ ଚୀନ୍‌ ସମତେ ବିଶ୍ୱର ୮୪ ଟି ଦେଶରେ ରହିଛି ମହାତ୍ମା ଗାନ୍ଧିଙ୍କ ପ୍ରତିମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.