Below header

ଜେଲରୁ ବାହାରି ଶୋଭାଯାତ୍ରା କରିବା ପଡିଲା ମହଙ୍ଗା: କୋଭିଡ ନିୟମ ଭାଙ୍ଗିବାରୁ ୯ ଜଣଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ବର: ଜେଲରୁ ବାହାରିବା ପରେ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା। ଯାହାର ପରିଣାମ ସ୍ବରୂପ ପୁଣି ହେଲେ ଗିରଫ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । କୋଭିଡ ନିୟମ ଭାଙ୍ଗିଥିବାରୁ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ୧୦ ତାରିଖରେ ଜେଲରୁ ବାହାରିବା ପରେ ଶୋଭାଯାତ୍ରରେ ଯିବା ଭିଡ଼ିଓ ଭାଇରାଲ ହୋଇଥିଲା । ଗିରଫ ଭୟରେ ଫେରାର ହୋଇଯାଇଥିବାବେଳେ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଆଜି ଆଉ ୫ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଥାଉକି, ଗତ ଦୀପାବଳି ରାତିରେ ସୁନ୍ଦରପଦା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅମରେଶ ନାୟକଙ୍କୁ ପିଟି ପିଟି ହତ୍ୟା କରାଯିବା ଅଭିଯୋଗରେ ୧୧ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିଲା ରଘୁଆ। ତେବେ ଗତ ଦୁଇଦିନ ତଳେ ଏମାନଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ। ଆଉ ଜେଲରୁ ବାହାରିବା ପରେ କୋଭିଡ ନିୟମ ଉଲଂଘନ କରି ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରିଥିଲେ । ସତରେ ଏମାନଙ୍କୁ ନା ଅଛି କାହାର ଖାତିର୍ ନା ଟିକେ ବି ଲଜ୍ଜା। ଜଣଙ୍କୁ ହତ୍ଯା କରିବା ଅଭିଯୋଗରେ ଗିରଫ ହୋଇ , ତାପୁଣି ବେଲ୍ ରେ ଆସିବାପରେ ଏପରି ସ୍ବଭାବକୁ ଆପଣ କଣ କହିବେ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.