NHPC ରେ ଖାଲିପଡ଼ିଛି ସରକାରୀ ଚାକିରି, ଦରମା ୫୦ ହଜାରରୁ ଆରମ୍ଭ, ଏମିତି କରନ୍ତୁ ଆବେଦନ

ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍‌ ପାଓ୍ଵାର କର୍ପୋରେସନ୍‌(NHPC) ଲିମିଟେଡ୍‌ରେ ଟ୍ରେନି ଇଞ୍ଜିନିୟର୍ସ ଓ ପ୍ରଫେସନାଲର ୮୬ ପଦ ଖାଲି ପଡ଼ିଛି। ଚୟନିତ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଆରମ୍ଭ କରି ୧.୬୦ ଲକ୍ଷ ଟଙ୍କା ଯାଏଁ ଦରମା ଦିଆଯିବ। ଏଥିରେ ଟ୍ରେନି ଇଞ୍ଜିନିୟର(ସିଭିଲ)ପାଇଁ ପଦ ପାଇଁ ୩୦, ମେକାନିକାଲ ପାଇଁ ୨୧, ଏଚ୍‌ଆର ପାଇଁ ୫, ଲ ପାଇଁ ୮, ଫାଇନାନ୍ସ ପାଇଁ ୨୨ ପଦ ବାହାରିଛି। ଇଚ୍ଛୁକ ପ୍ରାର୍ଥୀ ୨୮ ସେପ୍ଟେମ୍ବର ୨୦୨୦ ଯାଏଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

  • ଟ୍ରେନି ଇଞ୍ଜିନିୟର ସିଭିଲ ଓ ମେକାନିକାଲ ପଦ ପାଇଁ ପ୍ରାର୍ଥୀଙ୍କ ପାଖରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହ ଇଞ୍ଜିନିୟରିଂରେ ବ୍ୟାଚେଲର ଡିଗ୍ରୀ ଥିବା ଜରୁରୀ।
  • ଟ୍ରେନି ଅଫିସର ଏଚ୍‌ଆର ପଦ ପାଇଁ ୨ ବର୍ଷ ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ବା ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହ ଏମ୍‌ବିଏ ଡିଗ୍ରୀ ଥିବା ଅନିବାର୍ଯ୍ୟ।
  • ଟ୍ରେନି ଅଫିସର ଲ ପାଇଁ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହ ଲରେ ଗ୍ରାଜୁଏଟ୍‌ ଡିଗ୍ରୀ ଥିବା ଆବଶ୍ୟକ।
  • ଟ୍ରେନି ଅଫିସର ଫାଇନାନ୍ସ ପାଇଁ ଆବେଦକଙ୍କ ପାଖରେ ସିଟ୍‌, ଆଇସିଡବ୍ଲ୍ୟୁଏ କିମ୍ବା ସିଏମ୍‌ଏ ଡିଗ୍ରୀ ଥିବା ଆବଶ୍ୟକ।
  • ଏହା ବ୍ୟତୀତ ସମସ୍ତ ପଦ ପାଇଁ ଆବେଦକଙ୍କ ବୟସ ୧ ଅକ୍ଟୋବର ୨୦୨୦ ସୁଦ୍ଧା ୩୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ।

ଏମିତି କରନ୍ତୁ ଆବେଦନ:

ଏନ୍‌ଏଚ୍‌ପିସିରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ www,nhpcindia.com କୁ ଯାଇ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରିପାରିବେ।

ଚୟନ ପ୍ରକ୍ରିୟା:

ଟ୍ରେନି ଇଞ୍ଜିନିୟର୍ସ ପଦ ପାଇଁ ଯୋଗ୍ୟ ଆବେଦକଙ୍କ ଚୟନ ଗେଟ୍‌ ୨୦୨୦ର ସ୍କୋର ଆଧାରରେ କରାଯିବ। ଟ୍ରେନି ଅଫିସର ଏଚ୍‌ଆର ପାଇଁ ଚୟନ ୟୁଜିସି ନେଟ୍‌ ଜୁନ୍‌ ୨୦୨୦ ଆଧାରରେ ହେବ। ଟ୍ରେନି ଅଫିସର ଲ ପାଇଁ ଯୋଗ୍ୟ ଆବେଦକଙ୍କ ଚୟନ କ୍ଲାଟ୍‌ ୨୦୨୦ ମାଧ୍ୟମରେ ହେବ। ଟ୍ରେନି ଅଫିସର ଫାଇନାନ୍ସ ପାଇଁ ଯୋଗ୍ୟ ଆବେଦକଙ୍କ ଚୟନ ସିଏ କିମ୍ବା ସିଏମ୍‌ଏ ସ୍କୋର ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.