ସଂସଦରେ ବର୍ଷିଲେ ଜୟା, ଉତ୍ତରରେ ଏମିତି ଜବରଦସ୍ତ ଟ୍ୱିଟ କଲେ କଙ୍ଗନା

ରାଜ୍ୟସଭାର ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ବର୍ଷିଲେ ଜୟା ବଚ୍ଚନ । ବଲିଉଡ ସହ ଡ୍ରଗସ୍‌ ଲିଙ୍କକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ତାତିଲେ ସମାଜବାଦୀ ପାର୍ଟି ନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ରାଜ୍ୟସଭା ବୈଠକରେ ସେ କହିଛନ୍ତି, କିଛି ଦିନ ହେବ ବଲିଉଡକୁ ଅଯଥା ବଦନାମ କରାଯାଉଛି । ସୋସିଆଲ ମିଡିଆରେ ବଲିଉଡକୁ ବଦନାମ ନକରାଯାଉ ବୋଲି ରାଜ୍ୟସଭାରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଜୟା । ବଲିଉଡକୁ ନେଇ ଲକ୍ଷାଧିକ ଲୋକ ରୋଜଗାର କରିବା ସହ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଜଣେ ଦୁଇ ଜଣଙ୍କ ପାଇଁ ପୂରା ବଲିଉଡକୁ ବଦନାମ କରାଯାଉଛି । ଏଥିପ୍ରତି କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏହା ସହ ଜୟା ବଚ୍ଚନ କେନ୍ଦ୍ର ସରକାରଙ୍କୁ ବଲିଉଡକୁ ସୁରକ୍ଷା ଓ ସମର୍ଥନ କରିବା ପାଇଁ ଅପିଲ କରିଛନ୍ତି । ଜୟାଙ୍କ ଅନୁଯାୟୀ, ମନୋରଞ୍ଜନ ଇଣ୍ଡଷ୍ଟ୍ରିର କିଛି ଲୋକ ସର୍ବାଧିକ ଟ୍ୟାକ୍ସ ଭରିଥାନ୍ତି । ଦେଶର ଅର୍ଥନୀତିରେ ଏକ ବଡ ଧରଣର ଯୋଗଦାନ କରୁଥିଲେ ମଧ୍ୟ ଅଧିକାଂଶ ସମୟରେ ସେମାନଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି ।

ଏହା ସହ ସେ ବଲିଉଡର ଅନ୍ୟତମ କଳାକାର ରବି କିଷାନଙ୍କୁ ଟାର୍ଗେଟ କରି କହିଛନ୍ତିକି, କିଛି ଲୋକ ଯେଉଁଥିରେ ଖାଆନ୍ତି ସେହିଥିରେ ହିଁ ଛେଦ କରନ୍ତି । ଅର୍ଥାତ ଯେଉଁଠାରୁ ସାହାଯ୍ୟ ପାଆନ୍ତି, ସେହି ମାନଙ୍କୁ ହିଁ ଧୋକା ଦିଅନ୍ତି । ଅନ୍ୟପକ୍ଷରେ ସଂସଦରେ ଜୟାଙ୍କ ଏହି ବିବୃତ୍ତିକୁ ନେଇ ଟ୍ୱିଟରରେ ବର୍ଷିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଵତ । ଜୟାଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି ତାଙ୍କ ଝିଅ ସ୍ୱେତାଙ୍କୁ ମାଡ଼ ମରାଯାଇ ଓ ଜବରଦସ୍ତ ଡ୍ରଗସ ଦିଆଯାଇ ଖରାପ ବ୍ୟବହାର କରାଯାଇଥାନ୍ତା ତେବେ ଆପଣ ଏହାକୁ କିପରି ଭାବେ ଗ୍ରହଣ କରିଥାନ୍ତେ । ମୋ ସ୍ଥାନରେ ଯଦି ଶ୍ଵେତା ଥାଆନ୍ତେ ଆପଣ କେମିତି ପ୍ରତିକ୍ରିୟା ଦେଇଥାନ୍ତେ ବୋଲି କହିଛନ୍ତି କଙ୍ଗନା । ଜୟାଙ୍କ ଏକ ଭିଡିଓକୁ ରିଟ୍ୱିଟ କରି ହିଁ ଏପରି ଲେଖିଛନ୍ତି କଙ୍ଗନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.