ଖରା ହେଉ କି ବର୍ଷା, ପୃଥିବୀ ହେଉ କି ମହାକାଶ, ସବୁ ସ୍ଥାନରେ ଜୀବିତ ରହିପାରେ ଏହି ପାଣି ଭାଲୁ

ଦୁନିଆରେ ଅନେକ ଅଦ୍ଭୁତ ଜୀବଜନ୍ତୁ ଅଛନ୍ତି, ଯାହା ବିଷୟରେ ଅଧିକାଂଶ ଲୋକ ଜାଣିନଥିବେ। ଏବେ ଯାଏଁ ଆମେ ମାଟିରେ ଚାଲୁଥିବା ଭାଲୁ ଦେଖିଛେ କିନ୍ତୁ ଆଜି ଆମେ ଆପଣଙ୍କୁ ପାଣିରେ ବାସ କରୁଥିବା ଭାଲୁ ବିଷୟରେ କହିବୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଗଭୀର ଜଳରେ ଏହି ଭାଲୁମାନେ ବାସ କରିଥାନ୍ତି। ଆସନ୍ତୁ ଜାଣିବା ପାଣି ଭାଲୁ ବିଷୟରେ କେତେକ ଅଜଣା କଥା…

ଏହି ପାଣି ଭାଲୁ ପାଣିରେ ରହୁଥିଲେ ମଧ୍ୟ ସବୁ ପରିବେଶ ଓ ପରିସ୍ଥିତି ସହ ଖାପ୍‌ ଖୁଆଇ ଚଳିପାରେ। ଏହି ଭାଲୁ ପ୍ରବଳ ଥଣ୍ଡା, ଗରମ, ବର୍ଷା ଯେକୌଣସି ପରିସ୍ଥିତିରେ ସହଜରେ ଜୀବିତ ରହିପାରେ। ଏହି ଭାଲୁର ବୈଜ୍ଞାନିକ ନାଁ ହେଉଛି ‘ଟାର୍ଡିଗ୍ରେଡ୍‌’। ଏହାକୁ ସାଧାରଣ ଭାଷାରେ ପାଣି ଭାଲୁ ବୋଲି କୁହାଯାଏ। ସନ୍ତସନ୍ତିଆ ସ୍ଥାନରେ ଏହି ଭାଲୁ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି।

water bear2

ରିସର୍ଚ୍ଚରମାନେ ଟାର୍ଡିଗ୍ରେଡ୍‌ ଉପରେ ନିକଟରେ ଗବେଷଣା କରିଥିଲେ। ଏ ଅବସରରେ ସେମାନେ ଜାଣିବାକୁ ପାଇଛନ୍ତି ଯେ ଭୟଙ୍କର ମରୁଡ଼ିରେ ବି ଏହି ଭାଲୁ ଆରାମରେ ବଞ୍ଚିପାରୁଛି। ଏହି ଅଧ୍ୟୟନ ପିଏଲ୍‌ଓଏସ୍‌ ବାୟୋଲୋଜିରେ ପ୍ରକାଶ ପାଇଛି। ଏହି ପାଣି ଭାଲୁ ଭୟଙ୍କର ବିପଦରେ ବି ନିଜକୁ ବଞ୍ଚାଇ ରଖିପାରେ। ଅନ୍ୟଜୀବଙ୍କ ଠାରୁ ଏହାର ଜେନେଟିକ୍‌ ଖୁବ୍‌ ମଜଭୁତ। ପାଣି ଭାଲୁ ଶୁଖିଲାରେ ରହିଲେ ନିଜ କୋଷର ଜଳକୁ ବ୍ୟବହାର କରି ବଞ୍ଚିପାରେ। ବର୍ଷ ବର୍ଷ ପରେ ପୁଣି ତାକୁ ପାଣିରେ ଛାଡ଼ିଲେ ସେ ପୁଣିଥରେ କୋଷିକାରେ ପାଣି ଭରି ନେଇଥାଏ।

ପାଣି ଭାଲୁର ୮ଟି ମୋଟା ମୋଟା ଗୋଡ଼ ଓ ଚମଡ଼ା ରହିଛି। ଏହା ଦେଖିବାକୁ କୃମି ଭଳି। କିନ୍ତୁ ଆକାର ଯୋଗୁ ଏହାକୁ ପଶୁ ଶ୍ରେଣୀଭୁକ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.