Below header

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ):ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟର ସାଂଗଠନିକ ସ୍ଥିତି ବାବଦରେ ଆଲୋଚନା ହୋଇଛି । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ବସିବ ସାଧାରଣ ସଂପାଦକ ଓ ରାଜ୍ୟ ସଭାପତିଙ୍କ ବୈଠକ । ଏଥିରେ ରାଜ୍ୟ ପ୍ରଭାରୀ ବି ଯୋଗଦେବେ । ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ । ଏହାପୂର୍ବରୁ ବିଭିନ୍ନ ରାଜ୍ୟର କଂଗ୍ରେସ ମୁଖିଆଙ୍କ ସହ ଆଲୋଚନା କରୁଛନ୍ତି ସୋନିଆ । ଆଗାମୀ ବିଧାନସଭା ନିର୍ବାଚନ ରଣନୀତି ନେଇ ବୈଠକରେ ଆଲୋଚନା କରାଯିବ । ଏଥିସହ ସଦସ୍ୟତା ଓ ଟ୍ରେନିଂ ଉପରେ ଆଲୋଚନା କର।ଯିବ ବୋଲି ସୂଚନା ମିଳିଛି ।

ସକାଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି  ହେଭିୱେଟ ପ୍ରଦୀପ ମାଝି। ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ଏହି ନିଷ୍ପତ୍ତି ନେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। କିଛି ଦିନ ଧରି ପ୍ରଦୀପ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ପୂର୍ବରୁ କ୍ରିୟାଶୀଳ ନେତୃତ୍ୱ ଯୋଗୁଁ ଦଳର ସଂଗଠନ ଭଲରେ ପରିଚାଳିତ ହେଉଥିଲା। କିନ୍ତୁ କିଛି ଜିଦ୍‌ କରି ଅସହଯୋଗ କରୁଥିବା ବ୍ୟକ୍ତି କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବା ଯୋଗୁ ଦଳ ନିମ୍ନଗାମୀ ହୋଇଛି। କଂଗ୍ରେସ ଦଳ ଏବେ ବିଶ୍ୱନୀୟତା ହରାଇଛି। ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.