ପବ୍‌ଜି ପ୍ରେମୀଙ୍କ ପାଇଁ ଖୁସି ଖବର! PUBG New State ର ଅଫିସିଆଲ ଟ୍ରେଲର ଲିକ୍‌, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ପବ୍‌ଜି ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘଦିନ ଧରି ପବ୍‌ଜି ପ୍ରେମୀମାନେ ଯେଉଁ PUBG New State କୁ ଅପେକ୍ଷା କରିଥିଲେ, ଏବେ ତାହାର ଟ୍ରେଲର ଲଞ୍ଚ୍‌ ହୋଇଛି। ମୋବାଇଲ ଗେମ୍‌ ଡେଭଲପର କମ୍ପାନୀ Krafton ପକ୍ଷରୁ PUBG New Stateର ଟ୍ରେଲର ଲଞ୍ଚ୍‌ କରାଯାଇଛି। କମ୍ପାନୀର ଅଫିସିଆଲ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାକୁ ପୋଷ୍ଟ କରାଯାଇଛି। ଏହି ଟ୍ରେଲରରେ PUBG New State ର ଲଞ୍ଚ୍‌ ତାରିଖ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।

PUBG New State ର ଅଫିସିଆଲ ଟ୍ରେଲର ରିଲିଜ୍‌ ହୋଇଛି। ୨.୧୫ ମିନିଟ୍‌ର ଏହି ଟ୍ରେଲରରେ ଗେମ୍‌ର ଲଞ୍ଚ୍‌ ତାରିଖ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ଟ୍ରେଲର ମୁତାବକ, ଏହି ଗେମ୍‌ ୧୧ ନଭେମ୍ବର ୨୦୨୧ରେ ଲଞ୍ଚ୍‌ ହେବ। ଏଣୁ ୟୁଜର୍ସଙ୍କୁ ଆଉ ଗେମ୍‌ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

Video Credit: KRAFTON

ଏହି ଟ୍ରେଲରରେ ଗେମ୍‌ର କେତେକ ସିନ୍‌ ଦେଖାଯାଇଛି,ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଏହି ଗେମ୍‌ ବେଶ୍‌ ରୋଚକ ହେବ। ଏହି ଗେମ୍‌ରେ ୟୁଜର୍ସଙ୍କୁ ଖୁବ୍‌ ମଜାଦାର ଅନୁଭବ ମିଳିବ। ଏହି ଗେମ୍‌ PUBG ମୋବାଇଲ ସହ ପାଖାପାଖି ମିଶୁଛି। ଏହି ଗେମ୍‌ ଆପଣଙ୍କୁ ୨୦୫୧ ମସିହାକୁ ନେଇଯିବ। ଗେମ୍‌ରେ ୧୦୦ ଜଣ ଖେଳାଳି ରହିପାରିବେ। ଗେମ୍‌ରେ ସେମାନେ ପରସ୍ପର ସହ ତଥା ପରସ୍ପର ଟିମ୍‌କୁ ଟକ୍କର ଦେବେ।

PUBG New State ଗେମ୍‌କୁ ଗ୍ଲୋବାଲ ମାର୍କେଟରେ ୧୧ ନଭେମ୍ବରରେ ଲଞ୍ଚ୍‌ କରାଯିବ। କିନ୍ତୁ ଏହା ପୂର୍ବରୁ ଏହି ଗେମ୍‌କୁ ପ୍ରି-ରେଜିଷ୍ଟ୍ରେସନ୍‌ ପାଇଁ ଉପଲବ୍ଧ କରାଯିବ। ଏହି ଗେମ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ମୋବାଇଲରେ ଉପଲବ୍ଧ ହେବ। ରିପୋର୍ଟ ମୁତାବକ, ଏବେ ଯାଏଁ ଏହି ଗେମ୍‌ ପାଇଁ ୪ କୋଟିରୁ ଅଧିକ ଲୋକ ପ୍ରି-ରେଜିଷ୍ଟ୍ରେସନ୍‌ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.