ଏବେ କେବଳ ଆଧାର କାର୍ଡ ଦେଖାଇ କରିପାରିବେ ଏଲପିଜି ଗ୍ୟାସ୍ କନେକସନ୍

ଯଦି ଆପଣ LPG ଗ୍ୟାସ୍ କନେକସନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ହଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ର (IOCL) ଗ୍ୟାସ୍ କମ୍ପାନୀ ଇଣ୍ଡେନ ଗ୍ରାହକଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି । ବର୍ତ୍ତମାନ କୌଣସି ବି ଗ୍ରାହକ କେବଳ ଆଧାର କାର୍ଡ ଦେଖାଇ ତୁରନ୍ତ ଗାସ୍ କନେକସନ୍ କରିପାରିବେ। ଇଣ୍ଡିଆନ୍ ଅଏଲ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛି। ତେବେ ଆସନ୍ତୁ ଜାଣିବା ଯେ କେମିତି କେବଳ ଅନ କୌଣସି ଡକୁମେଣ୍ଟ ବିନା ଆପଣ ଗ୍ୟାସ ସଂଯୋଗ କରିପାରିବେ।

ଇଣ୍ଡିଆନ୍ ଅଏଲ୍ ଟୁଇଟ୍‌ ମାଧ୍ୟମରେ ଜଣାଇଛି ଯେ ଯଦି ଜଣେ ବ୍ୟକ୍ତି ନୂଆ ଏଲପିଜି ସଂଯୋଗ ନେବାକୁ ଚାହାଁନ୍ତି, ତେବେ ସେ ଆଧାର ଦେଖାଇ ଏହାକୁ ନେଇ ପାରିବେ। ତାଙ୍କୁ ପ୍ରଥମେ ଏଲପିଜି ସବସିଡି ଦିଆଯିବ। ଗ୍ରାହକ ପରେ ଠିକଣା ପ୍ରମାଣ ଦାଖଲ କରିପାରିବେ। ଏହି ପ୍ରମାଣ ଦାଖଲ ହେବା ମାତ୍ରେ ସିଲିଣ୍ଡର ଉପରେ ସବସିଡିର ଲାଭ ମଧ୍ୟ ଦିଆଯିବ। କେବଳ ଏତିକି ନୁହେଁ, ଯଦି ଜଣେ ଗ୍ରାହକ ଶୀଘ୍ର ଗ୍ୟାସ କନେକସନ୍ ପାଇବାକୁ ଚାହାଁନ୍ତି ଏବଂ ତାଙ୍କ ପାଖରେ ଆଡ୍ରେସ୍ ପ୍ରୁଫ୍ ନାହିଁ, ତେବେ ସେ ଆଧାର ନମ୍ବର ମାଧ୍ୟମରେ ଏହି ସୁବିଧାକୁ ତୁରନ୍ତ ପାଇପାରିବେ।

ଆପଣଙ୍କୁ ଚାହିଁବୁ ଯେ ଏହି ଯୋଜନା ସମସ୍ତ ପ୍ରକାର ସିଲିଣ୍ଡର ଉପରେ ଲାଗୁ ହେବ। ଯଦିଓ ବାଣିଜ୍ୟିକ ସିଲିଣ୍ଡର ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ। ଏହି ସ୍କିମ୍ ୧୪,୨ କିଲୋ, ୫ କିଲୋର ସିଙ୍ଗଲ, ଡବଲ୍ କିମ୍ବା ମିକ୍ସଡ ସିଲିଣ୍ଡରରେ କନେକସନ୍ ହୋଇପାରିବ। ଏହି ନିୟମ FTL କିମ୍ବା ମୁକ୍ତ ବାଣିଜ୍ୟ LPG ସିଲିଣ୍ଡର ପାଇଁ ମଧ୍ୟ ଲାଗୁ ହେଉଛି।

gasଏବେ ଆସନ୍ତୁ ଜାଣିବା କେମିତି କରିବେ LPG ଗ୍ୟାସ କନେକସନ୍ ?

1. ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କ ନିକଟତମ ଗ୍ୟାସ୍ ଏଜେନ୍ସିକୁ ଯିବାକୁ ପଡିବ।
2. ଏହା ପରେ ଆପଣଙ୍କୁ LPG କନେକସନ୍ ର ଫର୍ମ ପୂରଣ କରିବାକୁ ପଡିବ।
3. ଫର୍ମରେ, ଆପଣଙ୍କୁ ଆଧାରର ସବିଶେଷ ତଥ୍ୟ ଦେବା ସହିତ ଆଧାରର ଏକ କପି ସଂଲଗ୍ନ କରିବାକୁ ପଡିବ।
4. ସେଲ୍ଫ ଡିକ୍ଲାରେସନ୍ ସହିତ ଫର୍ମରେ ଆପଣଙ୍କର ଘର ଠିକଣା ଦାଖଲ କରନ୍ତୁ।
5. ଏହା ପରେ ଆପଣଙ୍କୁ ତୁରନ୍ତ LPG କନେକସନ୍ ମିଳିଯିବ।
6. ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସଂଯୋଗ ସହିତ ଆପଣ ସରକାରୀ ସବସିଡିର ଲାଭ ପାଇବେ ନାହିଁ।
7. ଆପଣଙ୍କୁ ସିଲିଣ୍ଡରର ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡିବ।
8. ଯେତେବେଳେ ଆପଣଙ୍କର ଆଡ୍ରେସ ପ୍ରୁଫ୍ ତିଆରି ହୋଇଯିବ ସେତେବେଳେ ଏହାକୁ ଗ୍ୟାସ୍ ଏଜେନ୍ସିରେ ଦାଖଲ କରିଦିଅନ୍ତୁ।
9. ଏହି ପ୍ରମାଣ ନିଶ୍ଚିତ ହେବା ପରେ ଗ୍ୟାସ୍ ଏଜେନ୍ସି ଏହାକୁ ଏକ ବୈଧ ଡକ୍ୟୁମେଣ୍ଟ୍ ଭାବରେ ଆପଣଙ୍କ ସଂଯୋଗରେ ରେକର୍ଡ କରିବ।
10. ଏହା ପରେ ଆପଣଙ୍କ ଅଣ-ସବସିଡି କନେକସନ୍ କୁ ସବସିଡି କନେକସନରେ ପରିଣତ କରାଯିବ। ତେବେ, ସିଲିଣ୍ଡର ନେବାବେଳେ ଆପଣଙ୍କୁ ପୁରା ରାଶି ଜମା କରିବାକୁ ପଡିବ ଏବଂ ପରେ ସବସିଡି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାର ଜମା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.