ଭୁବନେଶ୍ୱର: ତମାଣ୍ଡୋ ଥାନା IIC ବଦଳି, ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ନିଲମ୍ବିତ

ଭୁବନେଶ୍ବର(କେନ୍ୟୁଜ୍):ମନୀଷ ହତ୍ୟା ଦିନ ବିଳମ୍ବିତ ରାତି ଯାଏଁ ଚାଲିଥିଲା ସାଉଥ ସିଟି ହୋଟେଲ।  ପାତ୍ରପଡ଼ା ସାଉଥ ସିଟି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରା ଅଟକ । ସେମାନଙ୍କ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। କୋଭିଡ କର୍ଫ୍ୟୁ ଉଲ୍ଲଂଘନ କରି ବିଳମ୍ବିତ ରାତି ଯାଏ ହୋଟେଲ ସାଉଥ ସିଟି ଚାଲିଥିବା ଅଭିଯୋଗ ହୋଇଥିଲା । ଏହି ବାରର୍‌ ଲାଇନସେନସ ଅବଧି ଗତ ସେପ୍ଚମ୍ବରରୁ ସରିଥିଲା । ତଥାପି ଏହା ଚାଲିଥିଲା । କୋଭିଡ କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ଯାଏ ବାର୍‌ରେ ଚାଲୁଥିଲା ନୃତ୍ୟଗୀତର ଆସର ।

tamando

ଏହି ଘଟଣାରେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରମୋଦଙ୍କୁ ତମାଣ୍ଡୋ ଥାନାରୁ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର କମିସନରେଟ ପୋଲିସର କନଷ୍ଟେବଳ ପ୍ରସନ୍ନ ବେହେରା ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ କୋଭିଡ କର୍ଫ୍ୟୁ ଉଲ୍ଲଂଘନ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ଆସିଛି। ଭୁବନେଶ୍ୱର କମିସନରେଟ ପୋଲିସର ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ହେଉଛନ୍ତି ପ୍ରସନ୍ନ ବେହେରା। ଭାଇଙ୍କ ନାଁରେ ଲିଜ ନେଇ ସେ ପାତ୍ରପଡାରେ ହୋଟେଲ ସାଉଥ ସିଟି ଚଳାଇ ଆସୁଥିଲେ। କୋଭିଡ ନିୟମର ଉଲ୍ଲଙ୍ଘନ ଓ ବିଳମ୍ବିତ ରାତି ଯାଏ ବାର ଓ ଡ୍ୟାନ୍‌ସ ବାର ଚଳାଇବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ମନୀଷ ଅନୁରାଗ ମୃତ୍ୟୁ ମାମଲାର ତଦନ୍ତ ବେଳେ ହୋଟେଲ ସାଉଟ ସିଟି ବିଳମ୍ବିତ ରାତି ଯାଏ ଚାଲୁଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.