Below header

ଲିଙ୍ଗରାଜ ଦର୍ଶନ ପାଇଁ କୋଭିଡ୍‌ ଟେଷ୍ଟ ଦରକାର ନାହିଁ : ବିଏମ୍‌ସି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରଭୁ ଲିଙ୍ଗରାଜ ଭକ୍ତଙ୍କୁ ବଡ଼ ଆଶ୍ୱସ୍ତି । ଦର୍ଶନ ପାଇଁ ମନ୍ଦିରକୁ ଗଲା ବେଳେ ଆଉ ଦରକାର ପଡ଼ିବ ନାହିଁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ । ଅର୍ଥାତ ଲିଙ୍ଗରାଜ ଦର୍ଶନ ପାଇଁ କୋଭିଡ ଟେଷ୍ଟ ବାଧ୍ୟତା ମୂଳକ ନୁହେଁ। ତେବେ ମନ୍ଦିର ଦ୍ୱାରରେ ସମସ୍ତଙ୍କର ସ୍କ୍ରିନିଂ କରି ଭିତରକୁ ଛଡ଼ାଯିବ। ସ୍କ୍ରିନିଂ ବେଳେ ଯଦି କାହାର କୋଭିଡ ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କର ହିଁ କେବଳ ଟେଷ୍ଟ କରାଯିବ। ଏ ନେଇ ଆଜି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ଶ୍ରଦ୍ଧାଳୁମାନେ କୋଭିଡ୍‌ ନିୟମ ମାନି ସ୍ୱଚ୍ଛନ୍ଦରେ ପ୍ରଭୁଙ୍କ ଦର୍ଶନ କରି ପାରିବେ । ସେ ଭୁବନେଶ୍ୱର ବାସିନ୍ଦା ହୁଅନ୍ତୁ ଅବା ରାଜଧାନୀ ବାହାର, ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.