ଉର୍ବଶୀ ରୌତେଲାଙ୍କ ଏହି ଗାଉନର ଦାମ ୩୨ ଲକ୍ଷ ଟଙ୍କା, ତିଆରି କରିବାରେ ଲାଗିଛି ପୂରା ୧୫୦ ଘଣ୍ଟା !

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହ ସବୁକିଛି ସେୟାର କରିଥାନ୍ତି। ନିକଟରେ ଉର୍ବଶୀ ଦୁବାଇରେ ନୂଆବର୍ଷ ସେଲିବ୍ରେସନ କରିଥିବାର ନଜର ଆସିଥିଲେ। ଖବରରୁ ଜଣାପଡିଛି, ନ୍ୟୁ ଇୟର ସେଲିବ୍ରେସନରେ ମାତ୍ର କିଛି ମିନିଟ ରୋକିବା ପାଇଁ ସେ ୪ କୋଟି ଭଳି ମୋଟା ଅର୍ଥରାଶି ଦାବି କରିଥିଲେ।

urvashi

ତେବେ ଏହି ସେଲିବ୍ରେସନରେ ଉର୍ବଶୀ ପିନ୍ଧିଥିବା ଗାଉନ ସହ ଜଡ଼ିତ କିଛି କଥା ସାମ୍ନାକୁ ଆସିଛି। ଫଙ୍କଶନରେ ସେ ରେଡ କଲରର ଏକ ଗାଉନ ପିନ୍ଧିଥିଲେ। ଏହାକୁ ଡିଜାଇନ କରିଥିବା ପ୍ରସିଦ୍ଧ ଡିଜାଇନର ମାଇକଲ ସିନକୋ ଏହି ଡ୍ରେସ ବିଷୟରେ କିଛି ତଥ୍ୟ ଖୁଲାସା କରିଛନ୍ତି।

ଏହି ଗାଉନ ବନାଇବାରେ ତାଙ୍କୁ ପୂରା ୧୫୦ ଘଣ୍ଟା ସମୟ ଲାଗିଛି। ଏହାସହିତ ଗାଉନର ଦାମ ୩୨ ଲକ୍ଷ ଟଙ୍କାବୋଲି କୁହାଯାଉଛି। ଏହା ପ୍ରଥମ ମଉକା ନୁହେଁ ଯେ ଉର୍ବଶୀ ମହଙ୍ଗା କପଡ଼ା ପିନ୍ଧି ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ବି ସେ ନେହା କକ୍କରଙ୍କ ବିବାହରେ ୫୫ ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧି ଲୋକଲୋଚନକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.