Below header

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ: ସ୍ପଷ୍ଟୀକରଣ ଦେଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍):ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ।  ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ପାଣିପାଗ ବିଭାଗ ଅଧୀନ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି ।

ସମ୍ପୃକ୍ତ ଖବରରେ ଆଇଏମଡିର ଆକଳନ ସମ୍ଭାବ୍ୟ ବାତ୍ୟା  ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବୋଲି ଯାହା ଦର୍ଶାଯାଇଛି, ତାହା ତଥ୍ୟ ଆଧାରିତ ନୁହେଁ । ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଜି ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.