Below header

ଚାଣକ୍ୟ ନୀତି : ବୈବାହିକ ଜୀବନରେ ଯଦି ଏହି ୩ ଜିନିଷ ଅଛି, ମାଟିରେ ବି ମଳିଯାଏ ସ୍ୱର୍ଗ ସୁଖ

ପରିବାରର ସୁଖ ସମୃଦ୍ଧି ପତି-ପତ୍ନୀଙ୍କ ସମ୍ପର୍କ ଉପରେ ତିଷ୍ଟି ରହିଥାଏ । ଯେତେବେଳ ଯାଏ ଏଥିରେ ମଧୁରତା ଅଛି ଜୀବନରେ ଖୁସି ରହିଛି । ଯଦି ସମ୍ପର୍କ ଖରାପ ହୋଇଯାଏ,ତେବେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଚାଣକ୍ୟ ଦାମ୍ପତ୍ୟ ଜୀବନକୁ ସୁଖମୟ ବନାଇବା ପାଇଁ ଅନେକ ପରାମର୍ଶ ଦେଇଛନ୍ତି । ଚାଣକ୍ୟ କହିଛନ୍ତି, ବୈବାହିକ ଜୀବନରେ ୩ ଟି ଜିନିଷ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଯାହାଙ୍କ ବୈବାହିକ ଜୀବନରେ ଏହି ୪ ଜିନିଷ ରହିଛି, ତାଙ୍କ ପାଇଁ ପୃଥିବୀ ବି ସ୍ୱର୍ଗ ସମାନ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ।

ଶାନ୍ତ ମନ

ଚାଣକ୍ୟ କହିଛନ୍ତି ଯେ ବଡରୁ ବଡ ସମସ୍ୟାର ସମାଧାନ ଶାନ୍ତ ମନରେ ହିଁ ହୋଇଥାଏ । କାରଣ ମନ ଯେବେ ଶାନ୍ତ ହୋଇଥାଏ ସେତେବେଳେ ଭଲ ମନ୍ଦର ବିଚାର ଆସିଥାଏ । କ୍ରୋଧରେ ବ୍ୟକ୍ତି ନିଜ ସହ ଅନ୍ୟର ବି କ୍ଷତି କରିଥାଏ । ସୁଖୀ ବୈବାହିକ ଜୀବନ ପାଇଁ ମାନସିକ ଶାନ୍ତି ବହୁତ ଜରୁରୀ ।

ସମାନତା

ବ୍ୟକ୍ତି ଯେବେ ଦାମ୍ପତ୍ୟ ଜୀବନରେ ଜୀବନସାଥୀକୁ ବି ସେତିକି ସମ୍ମାନ ଦେଇଥାଏ ଯେତିକି ତାଙ୍କୁ ମିଳିଥାଏ, ଏଥିରେ ସମ୍ପର୍କ କେବେ ବି ଭାଙ୍ଗି ନଥାଏ । ସମ୍ପର୍କରେ ଅହଂକାରର କୌଣସି ସ୍ଥାନ ନାହିଁ । ଯେତେବେଳେ ସମ୍ପର୍କରେ ତୋର ମୋର ଆସିଯାଏ,ସେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ସନ୍ତୁଷ୍ଟ

ଘରକୁ ସ୍ୱର୍ଗ ବନାଇବାର ପ୍ରଥମ ସିଡି ହୋଇଥାଏ ସନ୍ତୁଷ୍ଟି । ଯେତିକି ମିଳୁଛି ତାହା ପର୍ଯ୍ୟାପ୍ତ ଅଟେ । ଏହି ଭାବନା ସୁଖ ଜୀବନ ପାଇଁ ରାମବାଣ ସଦୃଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.