ଏସିବିରେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟକୁ ମାଡ଼ ମରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ସିକ୍ୟୁରିଟି ଗାର୍ଡ ନିଲମ୍ବିତ

କଟକ(କେନ୍ୟୁଜ୍): କଟକ ଏସସିବି ମେଡ଼ିକାଲରେ ଜଣେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟକୁ ମାଡ଼ ମରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମାଡ଼ ମାରିଥିବା ଏସସିବି ମେଡ଼ିକାଲର ସିକ୍ୟୁରିଟି ଗାର୍ଡ ରତ୍ନାକରକୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି SCB କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେଇ ଏସସିବି ଆଣିଥିଲେ ଫାର୍ମାସିଷ୍ଟ ବିଶ୍ୱଜିତ ମହାରଣା । ଏହି ସମୟରେ କୌଣସି କାରଣକୁ ନେଇ ବିଶ୍ୱଜିତ ଓ ସିକ୍ୟୁରିଟି ଗାର୍ଡ ରତ୍ନାକରଙ୍କ ସହ ତାଙ୍କର ବଚସା ହୋଇଥିଲା ।

ରତ୍ନାକର ବିଶ୍ୱଜିତଙ୍କୁ ମେଡିକାଲ ଫାଣ୍ଡିକୁ ଆଣି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ମାଡ଼ ମରା ଯାଉଥିବା ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ମଧ୍ୟ ହୋଇଛି । ଏନେଇ ବିଶ୍ୱଜିତ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ସେପଟେ ରତ୍ନାକରଙ୍କ ନାଁରେ ଆଗରୁ ବହୁ ଅଭିଯୋଗ ଥିବାରୁ ତାଙ୍କୁ ଏସସିବି ପରିସର ଭିତରକୁ ପ୍ରବେଶ ନକରିବାକୁ ଆଦେଶ ଦିଆଯାଇଛି ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.