କଳାହାଣ୍ଡି: ପୁଣି କରୋନା ଭୟରେ କାନ୍ଧ ଦେଲେ ନାହିଁ କେହି, ୧୪ ଘଣ୍ଟା ପଡ଼ି ରହିବା ପରେ NAC କର୍ମଚାରୀ କଲେ ଶବ ସତ୍କାର

ଧର୍ମଗଡ଼(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ କରୋନା ଭୟ।  ମୃତ୍ୟୁ ପରେ ବି କାନ୍ଧ ଦେବାକୁ କେହି ଆସିଲେନି। ବାଧ୍ୟ ହୋଇ NAC କର୍ମଚାରୀ କଲେ ଶବ ସତ୍କାର ।  ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ଗାଁରେ । ଏହି ଗାଁ ରେ ଗତ ୨ ତାରିଖ ଦିନ କରୋନାରେ ପୀଡ଼ିତା ଜଣେ ୬୦ବର୍ଷୀୟ ବୃଦ୍ଧ ଙ୍କର ମୃତ୍ୟୁ ହୋଇଥିଲା।

ପରେ ଗତ କାଲି ରାତିରେ  ସେହି ପରିବାରର ଜଣେ ୮୦ବର୍ଷୀୟ ବୃଦ୍ଧା ଲଳିତା ମେହେରଙ୍କ ମୃତ୍ୟୁ ହୋଇଥିଲା। ହେଲେ ସେ କରୋନା ଆକ୍ରାନ୍ତ ନ ଥିଲେ ବି କାଳେ ସେ କରୋନାରେ  ମୃତ୍ୟବରଣ କରିଥିବେ ଭାବି ତାଙ୍କୁ କାନ୍ଧେଇବାକୁ କେହି ଆସି ନ ଥିଲେ । ଫଳରେ ମୃତକଙ୍କ ଶବ ଦୀର୍ଘ ୧୪ ଘଣ୍ଟା ପଡ଼ି ରହିଥିଲା।  ପରେ  ଖବର ପାଇ ବୃନ୍ଦାବାହାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଦଶପୁର ରାଜସ୍ବ ନୀରିକ୍ଷକଙ୍କ ଉପସ୍ଥିତିରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି ଯୁବକ ଆସି କନ୍ଧେଇ ଶବ ସତ୍କାର କରିଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.