UPSESSB Recruitment 2021: ୨୧ ଅପ୍ରେଲ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ତାରିଖ, ଆବେଦନ କରନ୍ତୁ ୧୫୧୯୮ ଟିଜିଟି ଓ ପିଜିଟି ପଦବୀ ପାଇଁ

ନୂଆଦିଲ୍ଲୀ : ମାଧ୍ୟମିକ ଶିକ୍ଷା ସେବା ଚୟନ ବୋର୍ଡ (ୟୁପିଏସ୍‌ସିଏସ୍‌ଏସ୍‌ ବି) ସରକାରୀ ସହାୟତା ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ୧୨୬୦୩ ଟିଜିଟି ଓ ୨୫୯୫ ପିଜିଟି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ବୋର୍ଡ ଆଜି ୮ ଅପ୍ରେଲ ୨୦୨୧ ରେ ଜାରି କରିଥିବା ନୋଟିସ ଅନୁଯାୟୀ ଆବେଦନର ଶେଷ ତାରିଖ ଆଉ ୧୦ ଦିନ ବଢ଼ାଇ ଦେଇଛନ୍ତି ।

ନୋଟିସ ରେ କୁହାଯାଇଛି ଯେ ଆପ୍ଲିକେସନ ପୋର୍ଟାଲରେ କିଛି ଟେକ୍‌ନିକାଲ ପ୍ରୋବଲେମ୍‌ ଯୋଗୁ ଶେଷ ତାରିଖ ୧୦ ଦିନ ବଢ଼ାଇ ଦିଆଯାଇଛି । ଫଳରେ ଏହି ପଦବୀ ପାଇଁ ଏବେ ୨୧ ତାରିଖ ଭିତରେ ଆବେଦନ କରିପାରିବେ । ଆବେଦନ ଶୁଳ୍କର ସମୟସୀମା ୨୩ ଅପ୍ରେଲ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ର ଶେଷ ତାରିଖ ୨୫ ଅପ୍ରେଲ ରଖାଯାଇଛି । ପୂର୍ବରୁ ଏହି ତାରିଖ ଯଥାକ୍ରମେ ୧୧, ୧୩ ଓ ୧୫ ତାରିଖ ଥିଲା ।

କେଉଁମାନେ କରିପାରିବେ ଆବେଦନ

ଟିଜିଟି ପଦବୀ ପାଇଁ ଆବେଦନକାରୀଙ୍କ ଯୋଗ୍ୟତା ସମ୍ବନ୍ଦିତ ବିଷୟରେ ଗ୍ରାଜୁଏଟ୍‌ (ସ୍ନାତକ) ଓ ବିଏଡ୍‌ ପାସ୍‌ କରିଥିବା ଆବଶ୍ୟକ । ଏଥିସହ ବୟସ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ୨୧ ବର୍ଷରୁ କମ୍‌ ହୋଇ ନଥିବା ଆବଶ୍ୟକ । ପିଜିଟି ପଦବୀ ପାଇଁ ଆବେଦନକାରୀଙ୍କ ବୟସ ସମ୍ବନ୍ଧିତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍‌ ହେବା ଆବଶ୍ୟକ । ସେହିପରି ପିଜିଟି ପାଇଁ ବୟସ ଜୁଲାଇ ୨୦୨୧ ମଧ୍ୟରେ ୨୧ ବର୍ଷରୁ କମ୍‌ ହୋଇନଥିବା ଆବଶ୍ୟକ ।

ଆବେଦନ ଶୁଳ୍କ

ଜେନେରାଲ ଏବଂ ଓବିସି ଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା, ସେହିପରି ଇଡବ୍ଲ୍ୟୁଏସ୍‌ ଓ ଏସ୍‌ସି ଙ୍କ ପାଇଁ ୪୫୦ ଟଙ୍କା ଓ ଏସ୍‌ଟି ଙ୍କ ପାଇଁ ୨୫୦ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.