ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ନିଧନ

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି। ରୟାଲ ଫ୍ୟାମିଲି ତରଫରୁ ଟ୍ଵିଟ୍‌ କରାଯାଇ ଏହି ଦୁଃଖଦ ଖବର ବିଷୟରେ ଜଣାଇ ଦିଆଯାଇଛି। ପ୍ରିନ୍ସ ଫିଲିପ୍‌ ୪ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ୧୬ ମାର୍ଚ୍ଚରେ ଡିସ୍‌ଚାର୍ଜ କରାଯାଇଥିଲା।

କହି ରଖୁଛୁ, ପ୍ରିନ୍ସ ଫିଲିପ୍‌ ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓ୍ଵିଣ୍ଡସର କାସଲରେ ଫିଲିପ୍‌ ଶୁକ୍ରବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଥାଉ କି, ଅସୁସ୍ଥତା କାରଣରୁ ପ୍ରିନ୍ସ ଫିଲିପ୍‌ଙ୍କୁ ସାର୍ବଜନୀନ ସମାରୋହରେ କମ୍‌ ଦେଖିବାକୁ ମିଳୁଥିଲା। ତେବେ କରୋନା ଲକ୍‌ଡାଉନ ସମୟରେ ସେ ଲଣ୍ଡନର ପଶ୍ଚିମାଞ୍ଚଳରେ ଥିବା ଓ୍ଵିଣ୍ଡସର କାସଲରେ ମହାରାଣୀଙ୍କ ସହିତ ରହୁଥିଲେ।