କଟକ:ବିଶ୍ୱବିଦ୍ୟାଳୟ ହେବ ମଧୁସୂଦନ ଆଇନ ମହାବିଦ୍ୟାଳୟ, ପ୍ରଥମ କୁଳପତି ଭାବେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ମିଳିଲା ନିଯୁକ୍ତି

କଟକ(କେନ୍ୟୁଜ୍):  ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ । ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର କମଲ ଜିତ ସିଂଙ୍କର କାର୍ଯ୍ୟକାଳ ୪ ବର୍ଷ ରହିବ । ଏବେ ସେ ହିମାଚଳ ପ୍ରଦେଶର ଘରୋଇ ଶିକ୍ଷାନୁଷ୍ଠାନ ନିୟାମକ କମିଶନର ସଦସ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ୨୭ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ସେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି ।

ଗତବର୍ଷ ଜୁନ ୧୧ ତାରିଖରେ ରାଜ୍ୟର ସର୍ବ ପୁରାତନ ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ଆସନ୍ତା ୨୮ ତାରିଖରୁ ମଧୁବାବୁଙ୍କ ଜୟନ୍ତୀରୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆଇନ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.