ସୋସିଆଲ ମିଡିଆରେ ଭାଇରାଲ ହେଲା ରାହୁଲ ଓ ଦିଶାଙ୍କ ବିବାହ ଫଟୋ, ଜାଣନ୍ତୁ ପ୍ରକୃତ କଥା

ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ଦୁହେଁ ବର-କନ୍ୟା ବେଶରେ ସାମ୍ନାକୁ ଆସିଛନ୍ତି। ଏହି ଫଟୋକୁ ରାହୁଲ ଓ ଦିଶା ଦୁହେଁ ନିଜର ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାସହ କ୍ୟାପସନରେ ‘ନୂଆ ଆରମ୍ଭ’ ମଧ୍ୟ ଲେଖିଛନ୍ତି। କିଛି ଭିଡିଓ କ୍ଲିପ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ଦିଶା ପରମାରଙ୍କ ସହ ରାହୁୁଲ ହାତ ଧରି ଆସୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ଅଲ୍ଲି ଓ ଜସ୍ମିନ ମଧ୍ୟ ଏକାଠି ଅଛନ୍ତି।

rahul disha
pc: The Siasat Daily

ତେବେ ଏହି ପୋଷ୍ଟରେ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଫ୍ୟାନ୍ସ ପେଜ୍‌ରେ ସେମାନଙ୍କ ଏହି ପୋଷ୍ଟ  ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ , ଏହି ପୋଷ୍ଟରେ ଘଟିଥିବା ଦୃଶ୍ୟ ରିଅଲ ଲାଇଫର ନୁହେଁ ବରଂ ରିଲ ଲାଇଫର।

 

 

ରାହୁଲ ଦିଶାଙ୍କ ସହ ଏହି ସୁନ୍ଦର ଫଟୋକୁ ସେୟାର କରିଛନ୍ତି। ଭିଡିଓରେ ରାହୁଲ ବର ବେଶରେ କନ୍ୟା ବେଶରେ ଥିବା ଦିଶା ପରମାରଙ୍କ ହାତ ଧରି ଆସୁଛନ୍ତି। ଏହି ଫଟୋକୁ ଦିଶା ମଧ୍ୟ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସମାନେ ଖୁସିରେ ଅଭିନନ୍ଦନ ଜଣାଇଛନ୍ତି। ରିପୋର୍ଟସ ଅନୁଯାୟୀ, ରାହୁଲ ଓ ଦିଶାଙ୍କ ନୂଆ ଅପକମିଙ୍ଗ ମ୍ୟୁଜିକ ଭିଡିଓ ଲଞ୍ଚ ହେବାକୁ ଯାଉଛି। ଯେଉଁଥିରେ ରାହୁଲ ଦିଶାଙ୍କୁ ବିବାହ କରୁଥିବାର ଦେଖିବାକୁ ମିଳିବ। ଏହାର ସୁଟିଂ ସେଟ୍‌ ର କିିଛି ଫଟୋ ଓ ଭିଡିଓ ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଗୀତର ସୁଟିଂ ଚଣ୍ଡିଗଡ଼ରେ ହୋଇଛି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସେମାନଙ୍କ ବିବାହର କୌଣସି ନିଷ୍ପତ୍ତି ଏଯାଏଁ ନିଆଯାଇନାହିଁ। କରୋନକୁ ଧ୍ୟାନରେ ରଖି ବିବାହର ତାରିଖ ଘୋଷଣା କରିବେ ବୋଲି ଦିଶା କହିଛନ୍ତି।