ରାତି ୧୦ରୁ ଖୋର୍ଦ୍ଧାରୋଡ଼-ବିଜୟନଗରମ ଗଡ଼ିବ ନାହିଁ ଟ୍ରେନ୍, ଜାଣନ୍ତୁ ଅନ୍ୟ କେଉଁ ଟ୍ରେନ୍ କେତେବେଳେ ଯିବ

ଭୁବନେଶ୍ବର (କେନ୍ୟୁଜ୍) : ବାତ୍ୟା ପୂର୍ବରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ପୂର୍ବତଟ ରେଳବାଇ ପ୍ରଭାବିତ ହେବାକୁ ଥିବା କିଛି ଅଞ୍ଚଳକୁ ଟ୍ରେନ୍ ସେବା ବାତିଲ କରିଛି । ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ଼-ବିଜୟନଗରମକୁ ଉଭୟ ପଟରୁ ସମସ୍ତ ଟ୍ରେନ୍ ବାତିଲ କରି ଦିଆଯାଇଛି । ସେହିଭଳି କିଛି ଟ୍ରେନର ଗତିପଥ ବଦଳାଇବା ସହ ଆଉ କିଛି ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇ ପାରେ ।

ତିତ୍‌ଲି ପ୍ରଭାବ ଆଶଙ୍କାରେ ଆଜି ରାତି ୧୦ଟାରୁ ଖୋର୍ଦ୍ଧା ରୋଡ୍‌ ଓ ବିଜୟନଗରମ୍‌ ମଧ୍ୟରେ ଉଭୟ ପଟୁ ବନ୍ଦ ରହିବ ଟ୍ରେନ୍‌ ଚଳାଚଳ । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ୫ଟା ୧୫ ପରଠୁ ହାଓ୍ଵାଡ଼ା-ଖଡ଼ଗପୁର ପଟରୁ ଅପ୍‌ ଟ୍ରେନ୍‌ଗୁଡ଼ିକ ଭଦ୍ରକ ପରଠାରୁ ଚଳାଚଳ କରିବ ନାହିଁ । ସେହିପରି ହାଇଦ୍ରାବାଦ-ବିଶାଖାପାଟଣା ପଟରୁ ଡାଉନ୍‌ ଟ୍ରେନ୍‌ଗୁଡ଼ିକ ସନ୍ଧ୍ୟା ୬ଟା ୪୦ ପରେ ଦୁଭୁଡ଼ାରୁ ଆଉ ଆଗକୁ ଯିବ ନାହିଁ ।

ଆବଶ୍ୟକ ହେଲେ ଖୋର୍ଦ୍ଧା ରୋଡ ଓ ବିଜୟନଗରମ୍‌ ଦେଇ ଚଳାଚଳ କରୁଥିବା ଦୂରଗାମୀ ଟ୍ରେନଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯାଇପାରେ । କିଛି ଟ୍ରେନର ଚଳାଚଳକୁ ମଧ୍ୟ ବାତିଲ କରାଯାଇପାରେ ବୋଲି ଇଷ୍ଟକୋଷ୍ଟ ରେଲେଓ୍ଵ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖୋର୍ଦ୍ଧା ରୋଡ୍‌-ବିଜୟନଗରମ୍‌ ଭିତରେ ରାତି ୧୦ଟା ପରେ କୌଣସି ପାସେଞ୍ଜର ଟ୍ରେନ୍‌ ଯିବା ଆସିବା କରିବ ନାହିଁ । ବାତ୍ୟାଜନିକ ବର୍ଷାକୁ ଦୃଷ୍ଟିରେ ରଖି ପୁରୀରେ କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି ।

 

Leave A Reply

Your email address will not be published.