Below header

ନିର୍ବାଚନ ବେଳେ କୌଣସି ଗଣ୍ଡଗୋଳ ଓ ହିଂସାକୁ ବରଦାସ୍ତ କରାଯିବ ନାହିଁ: ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର(କେନ୍ୟୁଜ୍):  ନିର୍ବାଚନ କମିଶନଙ୍କ ପଞ୍ଚାୟତ ନିର୍ବାଚନ ହିଂସା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକ ପରେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ପ୍ରତିକ୍ରିୟା । କୌଣସି ଗଣ୍ଡଗୋଳ ଓ ହିଂସାକୁ ବରଦାସ୍ତ କରାଯିବ ନାହିଁ । ହିଂସାକାରୀଙ୍କ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ପୋଲିସ ଡିଜି । ଆଗାମୀ ସମୟରେ ମଧ୍ୟ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୋଟ ହେବାକୁ ଥିବା ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ।

ସେପଟେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ଭୋଟ ନିଆଯିବ । ୧୫ ଶହ ୧୪ ଗ୍ରାମ ପଞ୍ଚାୟତ, ୨୦ ହଜାର ୪୩୬ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମୋଟ ୧୫ ଶହ ୧୪ ପଞ୍ଚାୟତରେ ୨୦ ହଜାର ୪୩୬ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ସେଭିତରୁ ୩ହଜାର ୬୫ଟି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ଲକ୍ଷ ୧୦ ହଜାର ଭୋଟର ନିଜ ମତ ସାବ୍ୟସ୍ତ କରିବେ। ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଥ୍‌ରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି।  ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ୩୭ ହଜାର ୨୪୫ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.