ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ବିଜ୍ଞପ୍ତି ପ୍ରକାଶ ପାଇବ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ନାମାଙ୍କନ ଦାଖଲ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ । ୨୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ ।

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ନାମାଙ୍କନ ଦାଖଲ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ । ୨୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୯ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀମାନଙ୍କୁ ବଡ଼ ରାଲି କରି ନଆସିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମେ ୧୩ରେ ହେବ ଭୋଟଗ୍ରହଣ । ଏହି ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.