ଦୁବାଇରେ ହୋଇଥିଲା କ୍ଲାଉଡ୍‌ ସିଡିଂ, ଭୁଲ୍‌ ଆକଳନ ଯୋଗୁଁ ବର୍ଷାରେ ବୁଡ଼ିଲା ଦୁବାଇ

ଦୁଇ ବର୍ଷର ବର୍ଷା ଗୋଟିଏ ଦିନରେ । ଯେଉଁ କାରଣରୁ ରାସ୍ତା ନଦୀରେ ପରିଣତ ହୋଇଥିଲା ଏବଂ ଘରଗୁଡିକ ଜଳବନ୍ଦୀ ହୋଇଯାଇଥିଲା । ଏଭଳି ସ୍ଥିତିକୁ ଆପଣ କେବେ କଳ୍ପନା କରି ପାରିବେ ନାହିଁ । ପ୍ରବଳ ବର୍ଷା ହେତୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ଜଳମଗ୍ନ ହୋଇଯାଇଥିଲା, ଯେଉଁଥିପାଇଁ ଏହା ସମୁଦ୍ର ପରି ଦେଖାଯିବା ଆରମ୍ଭ କରିଥିଲା । ଫଳରେ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରାୟ ଅଧ ଘଣ୍ଟା ବନ୍ଦ କରିବାକୁ ପଡିଲା। ମାତ୍ର ୧୨ ଘଣ୍ଟାରେ ୭୫ ବର୍ଷର ରେକର୍ଡ଼ ଭାଙ୍ଗିଥିଲା ଏହି ବର୍ଷା ।

ଦୁଇ ବର୍ଷର ବର୍ଷା ଗୋଟିଏ ଦିନରେ । ଯେଉଁ କାରଣରୁ ରାସ୍ତା ନଦୀରେ ପରିଣତ ହୋଇଥିଲା ଏବଂ ଘରଗୁଡିକ ଜଳବନ୍ଦୀ ହୋଇଯାଇଥିଲା । ଏଭଳି ସ୍ଥିତିକୁ ଆପଣ କେବେ କଳ୍ପନା କରି ପାରିବେ ନାହିଁ । ପ୍ରବଳ ବର୍ଷା ହେତୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ଜଳମଗ୍ନ ହୋଇଯାଇଥିଲା, ଯେଉଁଥିପାଇଁ ଏହା ସମୁଦ୍ର ପରି ଦେଖାଯିବା ଆରମ୍ଭ କରିଥିଲା । ଫଳରେ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରାୟ ଅଧ ଘଣ୍ଟା ବନ୍ଦ କରିବାକୁ ପଡିଲା। ମାତ୍ର ୧୨ ଘଣ୍ଟାରେ ୭୫ ବର୍ଷର ରେକର୍ଡ଼ ଭାଙ୍ଗିଥିଲା ଏହି ବର୍ଷା । ୨୪ ଘଣ୍ଟା ମଧ୍ୟରେ ମୋଟ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଅନେକ ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁବାଇ ବିମାନବନ୍ଦର ରନୱେ ସଂପୂର୍ଣ୍ଣ ଜଳମଗ୍ନ ହୋଇଛି । ବଡ଼ ବିମାନଗୁଡ଼ିକ ଡଙ୍ଗା ପରି ଦେଖାଯାଉଥିବା ବେଳେ ସମୁଦ୍ର ପରି ଦେଖାଯାଉଥିଲା ବନ୍ୟାଜଳ ।

ତେବେ ଆସନ୍ତୁ ଜାଣିବା ଏହି କୃତ୍ରିମ ବର୍ଷା ବା କ୍ଲାଉଡ ସିଡିଂ କଣ ? ଯେଉଁ କୃତିମ ବର୍ଷାର ଭୁଲ୍‌ ଆକଳନ ପାଇଁ ବୁଡ଼ିଗଲା ପୁରା ଦୁବାଇ । ଦୁବାଇ … ମରୁଭୂମିରେ ଅବସ୍ଥିତ ଏକ ସହର ଯାହାର ଚମତ୍କରିତା ସମସ୍ତଙ୍କୁ ଚକିତ କରିଦିଏ । ସମସ୍ତେ ବୁଲିବାକୁ ଯାଆନ୍ତି । ଗତକାଲି ହଠାତ୍ ଏହି ମରୁଭୂମି ସହରରେ ପ୍ରବଳ ବର୍ଷା ହୋଇଥିଲା । ତେବେ ଏହି ବର୍ଷା କ୍ଲାଉଡ ସିିଡିଂ ପାଇଁ ହୋଇଥିଲା ବୋଲି ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି ।

ଦୁବାଇ ଏବଂ ଏହାର ଆଖପାଖ ଦେଶରେ ବହୁତ ଧୀରେ ଧୀରେ ସାଉଦର୍ନ ଜେଟ୍‌ ଷ୍ଟ୍ରିମ୍‌ ପ୍ରବାହିତ ହେଉଛି । ଏହା ଏପରି ବାୟୁମଣ୍ଡଳୀୟ ପବନ, ଯାହା ନିଜ ସହିତ ଉତ୍ତାପ ଆଣିଥାଏ । ଦୁବାଇ ଏବଂ ଏହାର ଆଖପାଖରେ ସମୁଦ୍ର ଅଛି । ଯେଉଁଠାରେ ଧୂଳି ଝଡ଼ ଆସିଥାଏ । ଯାହାକୁ ବିଜ୍ଞାନ ଭାଷାରେ କଣ୍ଡେନ୍ସେସନ୍ ନ୍ୟୁକ୍ଲିୟ କୁହାଯାଏ । ତେବେ କ୍ଲାଉଡ ସିଡିଂରେ ଭୁଲ୍‌ ହୋଇଥିଲା କାରଣ ଧୂଳି କଣିକା ଗୁଡ଼ିକ ଏହା ସହିତ ଜଡିତ ହୋଇଥିଲା । ଯାହାଫଳରେ ଏତେ ବଡ଼ ବନ୍ୟା ସୃଷ୍ଟି ହୋଇଥିଲା । ତାପମାତ୍ରା ବୃଦ୍ଧି କାରଣରୁ ଦୁବାଇରେ ଏହି ବର୍ଷା ଦୁଇଗୁଣ ହୋଇଥିଲା ।

ତେବେ ଦୁବାଇରେ ପାଣିର ଅଭାବ ରହିଥାଏ । ଭୂତଳ ଜଳ ଅତ୍ୟଧିକ ବ୍ୟବହୃତ ହୁଏ । ଏହା ସତ୍ତ୍ୱେ ଜଳର ଅଭାବ ଦେଖାଦେଇ ଥିଲା ତେଣୁ ଏଠାରେ କୃତ୍ରିମ ବର୍ଷାର ସାହାଯ୍ୟ ନେବାକୁ ସରକାର ଚିନ୍ତା କରିଥିଲେ । ଏଣୁ ଗତ ସୋମ ଓ ମଙ୍ଗଳବାର ଅଲ ଇନ୍‌ ଏୟାର୍‌ପୋର୍ଟରୁ କ୍ଲାଉଡ୍‌ ସିଡିଂ ପାଇଁ ବିମାନ ଉଡ଼ାଣ ଭରିଥିଲା । ଗତ ଦୁଇଦିନ ମଧ୍ୟରେ ଏହି ବିମାନ ୭ ଥର କ୍ଲାଉଡ୍‌ ସିଡିଂ କରିଛି । କିନ୍ତୁ ପ୍ରକ୍ରିୟାରେ କୌଣସି ତ୍ରୁଟି ରହିଯିବାରୁ ଏଥରକ ମାମଲା ବିଗିଡ଼ି ଯାଇଥିଲା । ତେଣୁ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା ।

ତେବେ ସଂଯୁକ୍ତ ଅରବ ଅମିରାତ୍‌ ୧୯୮୨ରେ ପ୍ରଥମ ଥର ଏହି କ୍ଲାଉଡ୍‌ ସିଡିଂ କରିଥିଲେ । ୟୁଏଇରେ ବର୍ଷା ବୃଦ୍ଧି କାର୍ଯ୍ୟକ୍ରମ ଚାଲିଥାଏ । ସେଥିପାଇଁ ସେଠାରେ ଥିବା ପାଣିପାଗ ବିଭାଗ ଦ୍ୱାରା ତଦାରଖ କରାଯାଏ । ବୈଜ୍ଞାନିକମାନେ ପ୍ରତ୍ୟେକ ଥର ୟୁଏଇର ବାୟୁମଣ୍ଡଳର ଶାରୀରିକ ଏବଂ ରାସାୟନିକ ପରୀକ୍ଷା କରନ୍ତି । ଯେଉଁଥିରେ ଏରୋସୋଲ୍ ଏବଂ ପ୍ରଦୂଷଣକାରୀ ଉପାଦାନଗୁଡିକ ବିଶେଷ ଭାବରେ ପରୀକ୍ଷା କରାଯାଏ । ଏହା ପରେ କ୍ଲାଉଡ୍‌ ସିଡିଂ ପ୍ରକିୟା ଆରମ୍ଭ କରାଯାଏ ।

ତେବେ ଏହି କୃତ୍ରିମ ବର୍ଷା ପାଇଁ ବୈଜ୍ଞାନିକମାନେ ଆକାଶର ବାଦଲ ଉପରେ ସିଡିଂ କରିଥାଆନ୍ତି । ସିଲଭର୍‌ ଆୟୋଡିଡ୍, ଶୁଖିଲା ବରଫ ଏବଂ ସାଧାରଣ ଲୁଣକୁ ଆକାଶର ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ବାଦଲରେ ଛାଡି ଦିଅନ୍ତି । ଏହାକୁ କ୍ଲାଉଡ୍ ସିଡିଂ କୁହାଯାଏ । ଏହା ଆବଶ୍ୟକ ଅନୁଯାୟୀ, ଅତି କମରେ ୪୦ ପ୍ରତିଶତ ମେଘ ବାଦଲ ରହିବା ଉଚିତ୍ । ଯେଉଁଥିରେ କିଛି ଜଳ ରହିଥିବ । ମେଘରେ ଜଳର ଅଭାବ କିମ୍ବା ଆର୍ଦ୍ରତା ଅଭାବ ହେଲେ କ୍ଲାଉଡ୍ ସିଡିଂରେ ସମସ୍ୟା ଦେଖାଦେଇଥାଏ । ଏହି କାର୍ଯ୍ୟ ଦୁବାଇର ସାଉଥ୍ ଜେଟ୍ ଷ୍ଟ୍ରିମ୍ ଦ୍ୱାରା ସମ୍ପନ୍ନ ହୋଇଥିଲା ।

କ୍ଲାଉଡ୍‌ ସିଡିଂ ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ଆକାଶ ବାଦଲରେ ୪୦ ପ୍ରତିଶତ ମେଘ ରହିଥାଏ । ସେହି ବାଦଲରେ ପାଣି ଏବଂ ଲିକୁଇଡ୍‌ ମାତ୍ରା ରହିଥିବ । ଏଥିପାଇଁ ବିମାନ ଦ୍ୱାରା ଯାଇ ବେଲୁନ୍ କିମ୍ବା ରକେଟ୍ ସାହାଯ୍ୟରେ କରାଯାଇପାରିବ । କିନ୍ତୁ ଏଥିପାଇଁ ବାଦଲର ସଠିକ୍ ଚୟନ ଆବଶ୍ୟକ । ଶୀତଦିନେ ବାଦଲରେ ପର୍ଯ୍ୟାପ୍ତ ଜଳ ନଥାଏ ଶୀତଦିନେ ମେଘ ସୃଷ୍ଟି କରିବା ପାଇଁ । ଯଦି ପାଗ ଶୁଖିଲା ରହେ ତେବେ ବର୍ଷା ଜଳ ଭୂମିରେ ପହଞ୍ଚିବା ପୂର୍ବରୁ ଜଳ ବୁନ୍ଦା ବାଷ୍ପରେ ପରିଣତ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.