Below header

ନିରାପଦରେ ସ୍କୁଲ ଯିବେ ପିଲା, ଏ ନେଇ ସାରା ରାଜ୍ୟରେ ଚାଲିବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର(କେନ୍ଯୁଜ୍) : ନିରାପଦରେ ଛାତ୍ରଛାତ୍ରୀ କିପରି ସ୍କୁଲ ଯିବେ ସେନେଇ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ୱର ଭରତପୁରରେ ଅଟୋ ଦୁର୍ଘଟଣାରେ ସ୍କୁଲ ଛାତ୍ରଛାତ୍ରୀ ଆହତ ହେବା ଘଟଣା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁର୍ଘଟଣାର ଅନୁଧ୍ୟାନ କରିବେ ଭୁବନେଶ୍ୱର ଜୋନ-୧ ଓ ଜୋନ-୨ RTO । ଅନୁଧ୍ୟାନ ପରେ କମିଶନରେଟ ପୋଲିସକୁ ରିପୋର୍ଟ ଦେବେ । ନିରାପଦରେ ପିଲା ସ୍କୁଲ ଯିବା ନେଇ ସାରା ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଚାଲିବ ।


ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ସହଯୋଗ ଲୋଡ଼ିଛି ପରିବହନ ବିଭାଗ । କଳିଙ୍ଗ ଟିଭିର ଟ୍ଵିଟ୍‌ ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି । ଆଜି ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିକାଶ ବିଦ୍ୟା ମନ୍ଦିରର ସ୍କୁଲ ଅଟୋକୁ ଅନ୍ୟ ଏକ ଅଟୋ ଧକ୍କା ଦେଇଥିଲା । ଫଳରେ ସ୍କୁଲ ଅଟୋଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ବିଭିନ୍ନ ସମୟରେ ଏଭଳି ଘଟଣା ଘଟୁଛି । ଏହାପରେ ବିଭାଗୀୟ ତତ୍ପରତା ଦେଖାଦେଇଥିବା ବେଳେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.