ରାଜ୍ଯର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୪ ଜୀବନ

ରାୟଗଡ଼ା (କେନ୍ଯୁଜ୍) : ବଜ୍ରପାତ ନେଲା ୪ ଜୀବନ । ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ବିଲରେ କାମ କରୁଥିବା ବେଳେ ଏହି ବଜ୍ରପାତ ଘଟିଛି । ରାୟଗଡ଼ା ଜିଲ୍ଲା କାତିଗୁଡ଼ା ଗାଁରେ ବଜ୍ରପାତରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଗୁରୁବାରୀ ପିଡିକାକା ଓ ଶଶି ପିଡିକାକା ।

ସେହିପରି ବଜ୍ରପାତରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।  କଟକ ଜିଲ୍ଲା ନିଆଳି ବରିଷଣ ଗାଁରେ ମଧ୍ୟ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.