ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ (କେନ୍ୟୁଜ୍) : ଏକ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍‌ । ଗତ ୨୦୧୭ ଏପ୍ରିଲ ୩୧ ତାରିଖରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ସେ ତାଙ୍କ ଭାଇଙ୍କ ସହ ଏକ କଲେଜକୁ ବୁଲି ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ତାଙ୍କ ଭାଇଙ୍କୁ ମାଡ଼ ମାରି ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍‌ ୨୧ ଜଣ ସାକ୍ଷୀ ଏବଂ ଅଭିଯୁକ୍ତଙ୍କ ବୟାନକୁ ନେଇ ରାୟ ଶୁଣାଇଛନ୍ତି । ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏମାନେ ହେଲେ କୃଷ୍ଣ ଚନ୍ଦ୍ର ନାୟକ, ସିଦ୍ଧାର୍ଥ ପଲେଇ, ଦୁଷ୍ମନ୍ତ ବେହେରା, ବିଶ୍ୱନାଥ ଭୋଇ । ଏହି ମାମଲାରେ ୬ ଜଣ ସଂପୃକ୍ତ ଥିଲେ । ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଏବେବି ଫେରାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.