ଭୁବନେଶ୍ୱରରେ ଏନଏସଜି ଟିମ୍: ଲିଙ୍ଗରାଜ ମନ୍ଦିରରେ ହେବ ମକ୍ ଡ୍ରିଲ, ଆସନ୍ତାକାଲି କୋଣାର୍କ ଓ ୧୮ରେ ଶ୍ରୀମନ୍ଦିରରେ କରିବେ ଯାଞ୍ଚ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ଟିମ୍ । ପାଞ୍ଚ ଜଣିଆ ଟିମରେ ଅଛନ୍ତି ଦୁଇ ଜଣ ଅଫିସର । ଆଜି ଲିଙ୍ଗରାଜ ମନ୍ଦିରରେ ମକ୍ ଡ୍ରିଲ୍ କରାଯିବ । ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ NSG ଟିମ୍ । ଆସନ୍ତାକାଲି କୋଣାର୍କ ମନ୍ଦିର ଓ ଗୁରୁବାର ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ଏନଏସଜି ଟିମ୍ ।
ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବାରୁ ସୁରକ୍ଷାର ଯାଞ୍ଚ କରିବ । ରାଜ୍ୟ ସରକାରଙ୍କ ସହଯୋଗରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବ ଏନଏସଜି ଟିମ୍। ଏଥିପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦିଆଯାଇଛି । ୪ ଦିନିଆ ଗସ୍ତ ଅବସରରେ ପୋଲିସ ସହ ମଧ୍ୟ ଟିମ୍ର ମକଡ୍ରିଲ କାର୍ଯ୍ୟକ୍ରମ ରହିଛି।