ଖରା ଦିନେ ଆପଣଙ୍କ ସ୍କିନ୍ ପାଇଁ ବରଦାନ ସାବ୍ଯସ୍ତ ହୋଇପାରେ ଏହି ସବୁ ଘରୋଇ ଉପଚାର, ଏମିତି କରନ୍ତୁ ବ୍ଯବହାର

ଆସିଗଲାଣି ଖରା ଦିନ। ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ । କିନ୍ତୁ ପେଟ ପାଟଣା ପାଇଁ ଘରୁ ବାହାରିବାକୁ ତ ପଡିବ । ତେବେ ବିଶେଷ କରି ଖରାରେ ବାହାରିବା ଦ୍ବାରା ଆମ ହାତ, ବେକ, ଗୋଡ଼ ଓ ମୁହଁରେ ଟାଣ ଖରା ପ୍ରକୋପା କଳା ଦାଗ ପଡିଯାଇଥାଏ । ଯାହାକୁ ଆମେ ଡି-ଟ୍ୟାନ୍ କହିଥାଉ। ଯାହାଦ୍ବାରା ଶରୀର କଳା ପଡିଯିବା ସହିତ ଅସୁନ୍ଦର ଦେଖାଯାଏ ।

ଏହି ଦାଗରୁ ଦୂର କରିବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର । ଏଥିପାଇଁ ଆପଣଙ୍କୁ ଦରକାର କିଛି ବେସନ,ମହୁ,କଞ୍ଚା କ୍ଷୀର

ପ୍ରଣାଳୀ:

୧- ଦୁଇ ଚାମଚ ବେସନ ସହ ମହୁ ଏକ ଚାମଚ ଓ ଏକ ଚାମଚ କଞ୍ଚାକ୍ଷୀରକୁ ଭଲ ଭାବେ ମିଶାନ୍ତୁ।
୨- ଦାଗ ହୋଇଥିବା ସ୍ଥାନରେ ଏହି ପେଷ୍ଟକୁ ଭଏ ଭାବେ ଏଗାଇ ଦିଅନ୍ତୁ।
୩- ୧୫ ମିନିଟ୍‌ ପରେ ପେଷ୍ଟ୍‌ଟି ସମ୍ପୂର୍ଣ୍ଣ ଭାବେ ଶୁଖିଲା ପରେ ଏହାକୁ ପାଣିରେ ଧୋଇଦିଅନ୍ତୁ।

Packs

image credit: stylecraze.com

ଆଉ ଏକ ଘରୋଇ ଉପଚାର ପାଇଁ ଆପଣଙ୍କୁ ଦରକାର କିଛି କଫି, ଫେସ୍‌ ସେରମ୍, ଭିଟାମିନ୍‌-ଇ କ୍ୟାପସୁଲ

ପ୍ରଣାଳୀ:

୧- ମୁହଁରେ ଡି-ଟ୍ୟାନ ହୋଇଥିଲେ ଏକ ଚାମଚ୍‌ କଫି ପାଉଡର୍‌ ସହ ଫେସ୍‌ ସେରମ୍‌ ଗୋଟେ ଚାମଚ କିମ୍ବା ଗୋଟେ ଭିଟାମିନ୍‌-ଇ କ୍ୟାପସୁଲକୁ ଭାଙ୍ଗି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
୨- ଏହି ମିଶ୍ରଣକୁ ୨୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ।
୩- ଏହା ଶୁଖିବା ପରେ ଅଳ୍ପ ପାଣିରେ ମୁହଁକୁ ମସାଜ୍‌ କରି ଭଲ ଭା‌ବେ ଧୋଇଦିଅନ୍ତୁ।

ଆସନ୍ତୁ ଜାଣିବା ଆଉ ଏକ ଘରୋଇ ଉପଚାର ବିଷୟରେ। ଏଥିପାଇଁ ଆପଣଙ୍କୁ ଦରକାର ମୁଲତାନି ମିଟି, ଗୋଲାପଜଳ

ପ୍ରଣାଳୀ:

୧- ଗୋଟେ ଚାମଚ ମୁଲତାନି ସହ ୫ରୁ ୬ ବୁନ୍ଦା ଗୋଲାପଜଳକୁ ମିଶାଇ ମୁହଁରେ ଲଗାନ୍ତୁ।
୨- ଭଲରେ ଶୁଖିଯିବାପରେ ଥଣ୍ଡା ପାଣିରେ ଧୋଇ ହାଲୁକା ଭାବେ ପୋଛି ଦିଅନ୍ତୁ।
୨- ଏହି ପକ୍ରିୟା ସପ୍ତାହକୁ ଦୁଇଥର କରିବା ଦ୍ବାରା ଏହା ଡି-ଟ୍ୟାନ୍‌ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.