ଯାଜପୁର ବିରଜା ମନ୍ଦିରରୁ ଆହତ ବିରଳ ପେଚା ଉଦ୍ଧାର

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରୁ ଆଜି ସକାଳେ ଏକ ବିରଳ ପେଚାକୁ ଉଦ୍ଧାର କରାଯାଇଛି । ପେଚାଟିକୁ କୁଆମାନେ ଆକ୍ରମଣ କରିବା ଯୋଗୁଁ ଏହା ଆହତ ଅବସ୍ଥାରେ ମନ୍ଦିର ପରିସରରେ ପଡ଼ି ଯାଇଥିଲା । ତାକୁ ସେବାୟତମାନେ ଦେଖି କୁଆଙ୍କ ଠାରୁ ରକ୍ଷା କରିଥିଲେ । ପରେ ଆହତ ଥିବା ଏହି ଧଳା ପେଚାଟିକୁ ମନ୍ଦିର ପରିସରରେ ବସା କରିଥିବା ଅନ୍ୟ ପେଚାମାନଙ୍କ ନିକଟରେ ଛାଡ଼ି ଦେଇଛନ୍ତି । ମନ୍ଦିର ଭିତରେ ଏଭଳି ଛଅ ସାତଟି ବିରଳ ପେଚା ବସା ବାନ୍ଧିଥିବା ସେବାୟତମାନଙ୍କ ଠାରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.