ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଜ୍ଜା, ଦଣ୍ଡ ଶୁଣାଇଲେ ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ

ନୂଆପଡ଼ା : ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଜ୍ଜା। ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀକୁ ୨୦ବର୍ଷର ସଜ୍ଜା ଶୁଣାଇଛନ୍ତି। ଏହାସହ ୧୫ହଜାର ଟଙ୍କାର ଜରିମାନା ବି କରିଛନ୍ତି।

୨୦୧୮ ଡିସେମ୍ବରରେ ସଂପୃକ୍ତ ଅଭିଯୁକ୍ତ ଦୁର୍ଯ୍ୟୋଧନ ମାଝି ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମାମଲାର ବିଚାର କରି ଦୋଷୀକୁ ୨୦ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.