ଆଜି ବଜାରକୁ ଆସିବ ଫେଲୁଦା ଟେଷ୍ଟ କିଟ୍‌, ସ୍ୱଦେଶୀ ବିକଶିତ ଏହି କିଟ୍‌ ଦିଲ୍ଲୀରେ ଟାଟା ଗ୍ରୁପ୍‌ ହସ୍ପିଟାଲର ଆପୋଲୋ ଗ୍ରୁପ୍‌ ସହଯୋଗରେ ଲଞ୍ଚ କରାଯିବ

ନୂଆଦିଲ୍ଲୀ : ଆଜି ବଜାରକୁ ଆସିବ ଫେଲୁଦା ଟେଷ୍ଟ କିଟ୍‌ । ସ୍ୱଦେଶୀ ବିକଶିତ ଏହି କିଟ୍‌ ଦିଲ୍ଲୀରେ ଟାଟା ଗ୍ରୁପ୍‌ ହସ୍ପିଟାଲର ଆପୋଲୋ ଗ୍ରୁପ୍‌ ସହଯୋଗରେ ଲଞ୍ଚ କରାଯିବ । କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଓ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ CSIR ଓ ଇନିଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ ବାୟୋଲୋଜି ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି । ଭାରତର ସବୁଠୁ ଶସ୍ତା କୋଭିଡ଼ ୧୯ ଟେଷ୍ଟିଂ କିଟ୍‌ ହେଉଛି ଫେଲୁଦା । RTPCR ତୁଳନାରେ ଏହା ଶସ୍ତା ।

କମ ସମୟ ଓ କମ ଖର୍ଚ୍ଚରେ ରେଜଲ୍ଟ ଆସିବ । ମାତ୍ର ୪୦ ମିନିଟ୍‌ରେ ମିଳିପାରିବ ରେଜଲ୍ଟ । ଏହି ନୂଆ କିଟ୍‌ର ହାଇ ସେନ୍‌ସିଟିଭ୍‌ ୯୬ ପ୍ରତିଶତ ଓ ନିର୍ଦ୍ଦିଷ୍ଟତା ୯୮ ପ୍ରତିଶତ । ଏହା ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌କୁ ସଠିକ୍‌ ଭାବେ ଚିହ୍ନଟ କରିପାରେ । ଗତ ସେପ୍ଟେମ୍ବର ମାସରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଦ୍ୱାରା ଏହାକୁ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା । ବିଶ୍ୱର ଏହା ପ୍ରଥମ ଟେଷ୍ଟିଂ କିଟ୍‌ ଯାହା ଦ୍ୱାରା ମହାମାରୀ ବୃଦ୍ଧି କରୁଥିବା ଭାଇରସକୁ ସହଜରେ ଖୋଜି ପାରିବ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.