Below header

କରୋନା କବ୍‌ଜାରେ ସଲମାନ୍‌ଙ୍କ ଡ୍ରାଇଭର ଓ ୨ ଷ୍ଟାଫ୍‌, ନିଜକୁ ଆଇସୋଲେସନ୍‌ରେ ରଖିଲେ ଭାଇଜାନ୍‌

କରୋନା ଭାଇରସ୍‌ ଯୋଗୁ ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଏହି ଭୟଙ୍କର ଭାଇରସ୍‌ ଏବେ ଯାଏଁ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି। ତେବେ ଏହି ଭାଇରସ୍‌ ଜାଲରେ ଏବେ ଫସିଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌। ରିପୋର୍ଟ ମୁତାବକ ସଲମାନଙ୍କ ଡ୍ରାଇଭର ଅଶୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡ୍ରାଇଭରଙ୍କ ସମେତ ସଲମାନଙ୍କ ଘରର ୨ ଷ୍ଟାଫ୍‌ଙ୍କର ମଧ୍ୟ କରୋନା ପଜିଟିଭ୍‌ ଆସିଛି। ଏହି ଖବର ପାଇବା ପରେ ସଲମାନ୍‌ ନିଜେ ୧୪ ଦିନ ପାଇଁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

କେବଳ ସଲମାନ୍‌ ନୁହେଁ ତାଙ୍କ ପରିବାର ସଦସ୍ୟ ମଧ୍ୟ ୧୪ ଦିନ ପାଇଁ ଆଇସୋଲେସନ୍‌ରେ ରହିଛନ୍ତି। କୁହାଯାଉଛି ଯେ ସଂକ୍ରମିତ ଷ୍ଟାଫ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସଲମାନ୍‌ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କରୋନା ପଜିଟିଭ୍‌ କି ନାହିଁ ତାହା ଏବେ ଯାଏଁ ଜଣାପଡ଼ିନାହିଁ।

SALMAN KHAN

ରିପୋର୍ଟ ମୁତାବକ ସଲମାନ୍‌ ତାଙ୍କ ଷ୍ଟାଫଙ୍କ ଚିକିତ୍ସା ଯେଭଳି ଭଲ ଭାବେ ହେବ ସେ ନେଇ ପୂରା ଧ୍ୟାନ ରଖିଛନ୍ତି। ସୂଚନାଯୋଗ୍ୟ ଯେ ତାଙ୍କ ପରିବାର ସଲିମ ଖାନ୍‌ ଓ ସଲମା ଖାନ୍‌ଙ୍କ ବିବାହ ବାର୍ଷିକୀର ପ୍ରସ୍ତୁତି କରୁଥିଲେ। ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖି ତାହା ସ୍ଥଗିତ ରଖାଯିବ ବୋଲି ଶୁଣିବାକୁ ମିଳୁଛି। ପ୍ରକାଶ ଯେ ସଲମାନ୍‌ ଖାନ୍‌ ଏବେ ବିଗ୍‌ବସ୍‌ ୧୪ରେ ହୋଷ୍ଟିଂ କରୁଛନ୍ତି। ଏଣୁ ସେ ଓ୍ଵିକ୍‌ ଏଣ୍ଡରେ ଆସିବେ କି ନାହିଁ ତାହା ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.