ବୀରମିତ୍ରପୁର ଥାନାରେ ହାଜତ୍‌ ମୃତ୍ୟୁକୁ ନେଇ ଉତ୍ତେଜନା, ଅଭିଯୋଗକୁ ଖଣ୍ଡନ କଲେ ଏସପି ସାଗରିକା ନାଥ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ହାଜତରେ ଅପରାଧୀର ମୃତ୍ୟୁ ଅଭିଯୋଗ । ମୃତ ଯୁବକଙ୍କ ନାଁ ସାରିକ ସଲିମ। ହାଜତ ମୃତ୍ୟୁ ଅଭିଯୋଗରେ ଥାନା ଘେରାଉ । ହାଜତ ମୃତ୍ୟୁକୁ ନେଇ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଥାନା ଭିତରକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି ।

ସୁନ୍ଦରଗଡ଼ ଏସପି ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତେବେ ହାଜତ ମୃତ୍ୟୁ ନୁହେଁ ବୋଲି କହିଛନ୍ତି ଏସପି ସାଗରିକା ନାଥ । ଗତକାଲି ସାରିକ୍‌ର ଦେହ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସାରିକ୍‌ର ମୃତ୍ୟୁ ହୋଇଛି । ପ୍ରଦୀପ କୁଣ୍ଡୁ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିଲା ସାରିକ ସଲିମ । ମୃତ ଯୁବକଙ୍କ ଘର ବୀରମିତ୍ରପୁର ଥାନା କରବଲହା ରୋଡ୍‌ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.