ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବୟସ୍କ ମାନଙ୍କୁ ମାସ୍କ ବ୍ୟବହାର ପାଇଁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ପୁଣି ଦେଶରେ ବଢିଲା କରୋନା କେସ୍‌ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ବୟସ୍କ ମାନେ ମାସ୍କ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଦେଶରେ ବଢିଲା କରୋନା କେସ୍‌ । ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି । ୫ ଟି ରାଜ୍ୟରୁ ୯୮% ରୋଗୀ ଅଧିକ ରହିଛି । ୮୮ ପ୍ରତିଶତ କେବଳ କେରଳରୁ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି । କିନ୍ତୁ ରାଜ୍ୟରେ ଗତ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ । ଅର୍ଥାତ୍ ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ। ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । କେସ ବଢିବାର ସମ୍ଭାବନା ରହିଛି । ଏଣୁ ଜିଲ୍ଲା ଚିକିତ୍ସାଳୟମାନଙ୍କୁ କୁହାଯାଇଛି, ସର୍ଭେଲାନ୍ସ ବଢାଇବେ, କୋଭିଡ ଟେଷ୍ଟ ବଢେଇବେ, ଫିଭର୍ କ୍ଲିନିକ୍ ଚଳାଇବେ ।

କୋଭିଡ୍ କେସ ଯଦି ବଢେ ତା ପାଇଁ ସମସ୍ତ ପ୍ରକାଶ ପ୍ରସ୍ତୁତି ଏବେ ଠାରୁ କରି ରଖିବେ । ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍ , ଇକୋ ସିଷ୍ଟମ ସହ ଯାହା ଆବଶ୍ୟକ ଜିନିଷ ରଖିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି । କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଲୋକଙ୍କୁ କୋଭିଡ ନିୟମ ଅନୁପାଳନ କରିବାକୁ କହିଛନ୍ତି। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ବୟସ୍କ ମାନେ ମାସ୍କ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.