ଶୀତ ଦିନେ ଗଳା ଯନ୍ତ୍ରଣା ହେବା ସହ କାଶ ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ଏହି ସମୟରେ ଅଧିକାଂଶ ଲୋକଙ୍କର ସକାଳେ ଗଳା ଯନ୍ତ୍ରଣା ହେବା ସହ ନାକ ମଧ୍ୟ ବନ୍ଦ ହୋଇଯାଏ । ବେଳେବେଳେ ଏହି ସମସ୍ୟା ଏତେ ବଢିଯାଏ ଯେ ଗଳା ଯନ୍ତ୍ରଣା ହେତୁ ଲୋକମାନଙ୍କର ବାରମ୍ବାର କାଶ ହୋଇଥାଏ । ଯଦି ଆପଣ ମଧ୍ୟ ସକାଳେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଏହି ଘରୋଇ ଉପଚାର ମଧ୍ୟରୁ କିଛି ଉପାୟ ବ୍ୟବହାର କରିପାରିବେ ।

ବର୍ତ୍ତମାନ ଏବେ ସମସ୍ତ ସ୍ଥାନରେ ପ୍ରବଳ ଶୀତ ପଡିଛି । ତେବେ ଏହି ସମୟରେ ପ୍ରାୟତଃ ଲୋକମାନେ ଅନେକ ଭାଇରାଲ ରୋଗର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଅଧିକାଂଶ ଲୋକଙ୍କର ସକାଳେ ଗଳା ଯନ୍ତ୍ରଣା ହେବା ସହ ନାକ ମଧ୍ୟ ବନ୍ଦ ହୋଇଯାଏ । ବେଳେବେଳେ ଏହି ସମସ୍ୟା ଏତେ ବଢିଯାଏ ଯେ ଗଳା ଯନ୍ତ୍ରଣା ହେତୁ ଲୋକମାନଙ୍କର ବାରମ୍ବାର କାଶ ହୋଇଥାଏ । କାଶର ସମସ୍ୟା ବଢିବା ସହ ଲୋକମାନଙ୍କର ନିଶ୍ୱାସ ନେବାରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ । ଯଦି ଆପଣ ମଧ୍ୟ ସକାଳେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଏହି ଘରୋଇ ଉପଚାର ମଧ୍ୟରୁ କିଛି ଉପାୟ ବ୍ୟବହାର କରିପାରିବେ । ସେଥିପାଇଁ ଆମେ ଆଜି ଆପଣମାନଙ୍କ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ଆରାମ ପାଇପାରିବେ ।

ମହୁର ବ୍ୟବହାର : ମହୁରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ପରିପୂର୍ଣ୍ଣ ରହିଥାଏ । ଶୀତ ଋତୁରେ ଆପଣ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଏହାକୁ ଖାଇପାରିବେ । ସେଥିପାଇଁ ପ୍ରତିଦିନ ଦୁଇରୁ ତିନି ଚାମଚ ମହୁ ଖାଇବା ଦ୍ୱାରା ଗଳାରେ ହେଉଥିବା କଷ୍ଟ ଦୂର ହୋଇଥାଏ ଏବଂ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ଗରମ ପାଣିର ବାମ୍ପ: ଯଦି ଆପଣଙ୍କର ନାକ ଜାମ୍ ହୋଇଯାଉଛି ଏବଂ ଆପଣଙ୍କ ଗଳା ଯନ୍ତ୍ରଣା ହେଉଛି କିମ୍ବା କାଶ ହେଉଛି, ତେବେ ସର୍ବପ୍ରଥମେ ଆପଣ ଗରମ ପାଣି ନେଇ ବାମ୍ପ ନେବା ଉଚିତ୍ । ଗରମ ପାଣିରେ ବାମ୍ପ ନେବା ଦ୍ୱାରା ଗଳା ଖୋଲିଯାଏ ଏବଂ ଗଳାରେ ହେଉଥିବା କଷ୍ଟ ମଧ୍ୟ ଦୂର ହୋଇଥାଏ । ଯାହାଦ୍ୱାରା ଆପଣଙ୍କୁ ନିଶ୍ୱାସ ନେବାରେ ସହଜ ହୋଇଥାଏ ।

ଉଷୁମ ପାଣି ପିଅନ୍ତୁ : ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତୁରନ୍ତ ଉଷୁମ ପାଣିରେ କିଛି ଲୁଣ ମିଶାଇ ପିଅନ୍ତୁ । ଯଦି ଆପଣ ଚାହିଁବେ ତାହେଲେ, ଆପଣ ମଧ୍ୟ ଗାର୍ଗଲିଂ କରିପାରିବେ । ଉଷୁମ ପାଣିରେ ଲୁଣ ମିଶାଇ ପିଇବା ଦ୍ୱାରା ଗଳା ହେଉଥିବା କଷ୍ଟରୁ ତୁରନ୍ତ ଆରାମ ମିଳିଥାଏ ।

ଲବଙ୍ଗ : ଲବଙ୍ଗରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ରହିଥାଏ । ଗଳାରେ ହେଇଥିବା ଘା’ରୁ ମୁକ୍ତି ପାଇବା ପାଇଁ ଏହାକୁ ଚୋବାନ୍ତୁ କିମ୍ବା ଏହାର କାଢା ପ୍ରସ୍ତୁତ କରି ଏହାକୁ ପିଅନ୍ତୁ ।

ହର୍ବାଲ୍ ଚା : ଗଳା ଯନ୍ତ୍ରଣା ଦୂର କରିବାରେ ହର୍ବାଲ୍ ଚା ବହୁତ ଭଲ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ । କିନ୍ତୁ ମନେରଖନ୍ତୁ ଯେ ହର୍ବାଲ ଚା’ରେ କେବେ ହେଲେ କ୍ଷୀର ମିଶାଇବେ ନାହିଁ ।

ଅଦା ବ୍ୟବହାର : ଥଣ୍ଡା ଏବଂ କାଶ ହୋଇଥିଲେ ଅଦା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ କଞ୍ଚା ଚୋବାଇବା ଦ୍ୱାରା ଗଳା ଘା’ରୁ ତୁରନ୍ତ ଆରାମ ମିଳିଯାଏ । ଯଦି ଆପଣ ଏହାକୁ କଞ୍ଚା ଖାଇବାକୁ ସକ୍ଷମ ନୁହଁନ୍ତି ତେବେ ଏଥିରେ ଲଡୁ ପ୍ରସ୍ତୁତ କରି ଏହାକୁ ଖାଇପାରିବେ । ଏହି ସବୁ ଘରୋଇ ଉପଚାର ଦ୍ୱାରା ଆପଣ ଏହି ସମସ୍ୟାରୁ ଆରମ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.