Below header

ତାମିଲନାଡୁରୁ ଘରକୁ ଫେରିବା ବାଟରେ ବିଜୟୱାର୍ଡା ଷ୍ଟେସନରୁ ନିଖୋଜ ହୋଇଗଲେ ରାଜେନ୍ଦ୍ର, ୪ ଦିନ ହେବ ମିଳୁନି ପତ୍ତା

କନ୍ଧମାଳ(କେନ୍ୟୁଜ୍):  ଘରୁକୁ  ଫେରିବା ବାଟରେ ବିଜୟୱାଡା ଷ୍ଟସନରୁ ନିଖୋଜ ହୋଇଗଲେ ଜଣେ ବ୍ୟକ୍ତି । ୪ ଦିନ ହେବ ମିଳୁନି ପତ୍ତା। ଏଭଳି  କିଛି ଖବର ଆସିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁରୁ। ମିଳିଥିବା ସୂଚନା ମୁତାବକ ବ୍ରାହ୍ମଣୀ ଗାଁର ୩୫ ବର୍ଷୀୟ ରାଜେନ୍ଦ୍ର ଦନାବିଷୋୟୀ ତାମିଲନାଡୁର ଏକ ପ୍ରତିଷ୍ଠିତ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଘରକୁ  ଫେରିବାକୁ ନିଷ୍ପତ୍ତି ନେଇ କେଏମ୍ବାଟୁରରୁ ଟ୍ରେନରେ ଚଢ଼ି ବିଜୟୱାଡା ଷ୍ଟେସନରେ ଦିନ ୧୨ ଟାରେ ଓହ୍ଲାଇ ଥିଲେ। ସେଠାରୁ ସେ ବ୍ରହ୍ମପୁର ଅଭିମୁଖେ ଆସୁଛନ୍ତି ଓ ରାତି ୧୦ ସୁଦ୍ଧା ଘରେ ପହଞ୍ଚିବେ ବୋଲି ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗ ଜଣାଇଥିଲେ।

କିନ୍ତୁ ସେହିଦିନ ସେ ଆଉ ଘରେ ପହଞ୍ଚିଲେ ନାହିଁ । ଘର ଲୋକ ମଧ୍ୟ ତାଙ୍କ ମୋବାଇଲକୁ ଫୋନ କରିବାରୁ ତାହା ସୁଇଚ ଅଫ ଦେଖାଇଲା। ଯାହା ଫଳରେ ପରିବାର ଲୋକେ  ବାଧ୍ୟ ହୋଇ ବ୍ରାହ୍ମଣୀ ଗାଁ ଥାନାରେ ଏଫଆଇଆର ଦେଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଲାଇଛି। ଏପଟେ ବାଟରେ କିଛି ଅଘଟଣର ଆଶଙ୍କା କରି ପରିବାର ଲୋକେ ଭୟରେ ଦିନ କାଟୁଛନ୍ତି। ତେଣୁ ଗାଁର କିଛି ଲୋକ ଓ ପରିବାରର କିଛି ଲୋକ ମନସ୍ଥ କରିଛନ୍ତି ବିଶାଖାପାଟଣା ଯାଇ ରାଜେନ୍ଦ୍ରଙ୍କୁ ଖୋଜାଖୋଜି କରିବେ। ରାଜେନ୍ଦ୍ର କୋଏମ୍ବାଟୁରରୁ ବାହାରିବା ସମୟରେ ହଳଦୀ ରଙ୍ଗର ଏକ ସାର୍ଟ ଓ କଳା ରଙ୍ଗର ଏକ ପ୍ୟାଣ୍ଟ ପିନ୍ଧିଥିଲେ ବୋଲି ରାଜେନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.