ଘରେ ନଜଣାଇ ମାଲବାହୀ ଟ୍ରେନରେ ଚଢି କେଉଁ ଆଡେ ଚାଲିଗଲା ନାବାଳକ, ଗୋରେଖନାଥ ଷ୍ଟେସନରୁ ଉଦ୍ଧାର କଲା ଆରପିଏଫ

କଟକ(କେନ୍ୟୁଜ୍):  ମାଲବାହୀ ଟ୍ରେନରୁ ଉଦ୍ଧାର ହେଲା ନାବାଳକ। କଟକ ଆରପିଏଫ ଷ୍ଟାଫଙ୍କ ଦ୍ଵାରା ନାବାଳକ ଗୋରେଖନାଥ ଷ୍ଟେସନରୁ ଉଦ୍ଧାର। ବାଦାମବାଡ଼ି ଅଞ୍ଚଳର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳକ ଘରୁ ଆଜି ସକାଳୁ ପଳାଇ ଯାଇଥିଲା। ପାରାଦୀପ ଯାଉଥିବା ଏକ ମାଲବାହୀ ଟ୍ରେନରେ ଉଠି ଯାଇଥିଲା ନାବାଳକ। ଉଦ୍ଧାର ପରେ ଚାଇଲଡ଼ ଲାଇନକୁ ହସ୍ତାନ୍ତର କଲା ଆରପିଏଫ। ନାବାଳକ ଜଣକ  ଟ୍ରେନରେ  ଚଢି କଟକରୁ ପାରାଦୀପ ଆଡକୁ ଯିବା ସମୟରେ ଆରଫିଏଫକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପରେ ତାକୁ ଉଦ୍ଧାର କରିବାରେ ସଫଳ ହୋଇଛି ଆରପିଏଫ।

ତଦନ୍ତରୁ ଜଣା ପଡିଛି ଯେ  ନାବାଳକ ଜଣକ ବାଦାମବାଡି ଅଞ୍ଚଳର ଏବଂ  ପଞ୍ଚମ ଶ୍ରେଣୀରେ  ପଢୁଛି।  ଆଜି ସକାଳେ ସେ ନିଜ ବାପା ମା’ଙ୍କ ଅଜାଣତରେ  ଘରୁ ପଳାଇ ଯାଇଥିଲା ଓ ଷ୍ଟେସନରେ ଅଟକି ରହିଥିବା  ମାଲବାହୀ ଟ୍ରେନରେ ଚଢିଯାଇଥିଲା। ଯାହାର ଭିଡିଓ ଷ୍ଟେସନରେ ଲାଗିଥିବା ସିସିଟିଭିରେ ଏହାର ଦୃଶ୍ୟ କଏଦ ହୋଇଥିଲା। ସେହି ସିସିଟିଭିରୁ ଶିଶୁଟିକୁ ଉଦ୍ଧାର କରିବାରେ ଆରପିଏଫକୁ ସହଜ ହୋଇଥିଲା। ଶେଷରେ ଉଦ୍ଧାର ହୋଇଥିବା ନାବାଳକକୁ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି। ବାସ୍ତବରେ ଆରପିଏଫ୍ କର୍ମଚାରୀଙ୍କୁ କାର୍ଯ୍ୟ ପ୍ରଶଂସନୀୟ।  କାରଣ ସେମାନଙ୍କର ଆନ୍ତରିକ ଉଦ୍ୟମ ହେତୁ ନାବାଳକକୁ ଗୋରଖନାଥ ଷ୍ଟେସନରୁ ଉଦ୍ଧାର କରାଯାଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.